ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣମେଣ୍ଟ; ହେପି କ୍ଲବ ଚାମ୍ପିୟନ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ମାନକୁଣ୍ଡା ନୀଳଋଦ୍ରେଶ୍ୱର ୟୁଥ କ୍ଲବ, ମାନକୁଣ୍ଡା କାଳୀମାତା ପୂଜା କମିଟି ଏବଂ ମାନକୁଣ୍ଡା ବଜାର କମିଟି ପକ୍ଷରୁ ମାନକୁଣ୍ଡା କ୍ରିକେଟ ପଡ଼ିଆରେ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି । ଏହି କ୍ରିକେଟ୍ ପଡ଼ିଆରେ ଓଡ଼ିଶା-ପଶ୍ଚିମବଙ୍ଗର ୮ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଗୁରୁବାର ଫାଇନାଲ ଖେଳରେ ହେପି କ୍ଲବ ଚାମ୍ପିୟନ ହୋଇଥିଲା । ଚିତାକର୍ଷକ ଓ ଉତ୍କଣ୍ଠାପୂର୍ଣ୍ଣ ଖେଳରେ ହେପି କ୍ଲବ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିବା ବେଳେ ‘ଆମରା କ ଜନ’ ଦଳ ୨୦ ଓଭରରେ ୮ ଉଇକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇ ରନର୍ସଅପ୍ରେ ସନ୍ତୁଷ୍ଟ ହୋଇଥିଲେ ।
୭ଦିନ ଧରି ଏହି ଖେଳ ଚାଲି ଆସୁଥିବା ବେଳେ ଫାଇନାଲ ଖେଳକୁ ଉଦ୍ଘାଟନ କରିଥିଲେ ସ୍ଥାନୀୟ ବଜାର କମିଟିର ସଭାପତି ତଥାଗତ ମିଶ୍ର । ପୁରସ୍କାର ବିତରଣ ସଭାରେ ପୂର୍ବତନ ଜିଲାପରିଷଦ ସଦସ୍ୟ ହରେନ୍ଦ୍ର ନାଥ ଦାସଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାମାଜିକକର୍ମୀ ଯାଦବେଶ ବିଶ୍ର, ମୁଖ୍ୟବକ୍ତା ଭାବେ ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା, ବାଲେଶ୍ୱର-ଭଦ୍ରଖ କେନ୍ଦ୍ରୀୟ ସମବାୟ ସମିତିର ନବ ନିର୍ବାଚିତ ଡାଇରେକ୍ଟର ଆଶିଷ କୁମାର ପାତ୍ର, ସାମାଜିକକର୍ମୀ ଶକ୍ତିପଦ ଦାସମହାପାତ୍ର, ମନ୍ମଥ କୁମାର ଦାସ, ବୀରେନ୍ଦ୍ର କୁମାର ଦାସ, ତପନ କୁମାର ପାଢ଼ୀ, ତପନ ପାତ୍ର ପ୍ରମୁଖ ଖେଳାଳୀମାନଙ୍କୁ ଆଗକୁ ବଢ଼ିବାର ସଫଳ କାମନା କରିଥିଲେ । ଦୁଇ ଦଳର ଅଧିନାୟକଙ୍କୁ ଟ୍ରଫି ପ୍ରଦାନ ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ।