୧୯ରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର : କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି । ଆସନ୍ତା ୧୯ରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ ପୂର୍ବଭଳି ବସ୍ ଚଳାଚଳ ଚାଲୁ ରହିବ । ରାଜ୍ୟରେ ଚାଲୁଥିବା ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ । ସିଟ୍ ଠାରୁ ଅଧିକ ଯାତ୍ରୀଙ୍କୁ ଛିଡା କରି ଆଣିପାରିବନି ବସ୍ । ଏପରି କଲେ ବସଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ପୂର୍ବରୁ ଛତିଶଗଡ ଯାଉଥିବା ବସଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିଲେ । ସେହିଭଳି ଅଟୋରିକ୍ସା ଓ ଟ୍ୟାକ୍ସି ଯାତାୟତ ଉପରେ ମଧ୍ୟ କିଛି କଟକଣା ଲଗାଯାଇଛି । ଏଥିରେ ଡ୍ରାଇଭରଙ୍କୁ ଛାଡି ସର୍ବାଧିକ ୨ ଜଣ ଯାତ୍ରୀ ଯାଇପାରିବେ । ତେବେ ମାଲବାହୀ ଗାଡ଼ି ଉପରେ କୌଣସି କଟକଣା ଲଗାଯାଇ ନାହିଁ ।