ବାରବାଟୀରେ ଅନ୍ତର୍ଜାତୀୟ ଟି୨୦ : ଜୁନରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍
କଟକ : ଓଡିଶାରେ ହେବ ଅନ୍ତର୍ଜାତୀୟ ଟି୨୦ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ବାରବାଟୀରେ ଖେଳାଯିବ ଏହି ମ୍ୟାଚ୍ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ବିସିସିଆଇ ସହ କଥା ହୋଇଥିବା କହିଛନ୍ତି । ଓସିଏ ସମ୍ପାଦକ କହିଛନ୍ତି ଯେ, କରୋନା ପାଇଁ ବାରବାଟୀରେ ଭାରତ-ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ହୋଇଥାନ୍ତା । କିନ୍ତୁ ବାୟୋ ବବଲ ପାଇଁ ଏହାକୁ ଦୁଇଟି ସ୍ଥାନରେ ଖେଳାଯିବ । ତେବେ ଜୁନ ମାସରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବ । ଉଭୟ ଟିମ୍ ମଧ୍ୟରେ ଟି୨୦ ସିରିଜ୍ ଖେଳାଯିବ । ସିରିଜର ଗୋଟିଏ ମ୍ୟାଚ୍ ବାରବାଟୀରେ ଖେଳାଯାଇପାରେ । ଏନେଇ ସେ ବିସିସିଆଇ ସଭାପତିଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ।
ମୋଟ୍ ଉପରେ ଏଥର ରଣଜୀ ଟ୍ରଫିରେ ୬୪ଟି ମ୍ୟାଚ୍ ରହିଛି । ସମସ୍ତ ମ୍ୟାଚ୍କୁ ୬୨ ଦିନରେ ଶେଷ କରାଯିବ । ମୋଟ୍ ୩୮ଟି ଦଳକୁ ନେଇ ଟୁର୍ଣ୍ଣାମେଂଟ ଆୟୋଜନ କରାଯିବ । ମୋଟ ୩୮ଟି ଦଳକୁ ୯ଟି ଗ୍ରୁପ୍ରେ ଭାଗ କରାଯାଇଛି । ପ୍ରଥମ ୮ଟି ଗ୍ରୁପ୍ରେ ୪ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି । ନବମ ଗ୍ରୁପ୍ରେ ରହିଛନ୍ତି ୬ଟି ଦଳ । ପ୍ରଥମ ୮ଟି ଗ୍ରୁପ୍ର ନାମ ‘ଏଲିଟ ଗ୍ରୁପ୍’ ଓ ନବମ ଗ୍ରୁପ୍ର ନାମ ‘ପ୍ଲେଟ୍ ଗ୍ରୁପ୍’ ରଖାଯାଇଛି । ଲିଗ୍ ପର୍ଯ୍ୟାୟ ପାଇଁ ମୋଟ୍ ୯ଟି ଷ୍ଟାଡିୟମ ଚୟନ କରାଯାଇଛି । ରାଜକୋଟ୍ରେ ଏଲିଟ୍ ଗ୍ରୁପ୍-ଏ, କଟକରେ ଗ୍ରୁପ୍-ବି, ଚେନ୍ନାଇରେ ଗ୍ରୁପ୍ସି, ଅହମ୍ମଦାବାଦରେ ଗ୍ରୁପ୍-ଡି, ତ୍ରିଭେନ୍ଦ୍ରମରେ ଗ୍ରୁପ୍-ଇ, ଦିଲ୍ଲୀରେ ଗ୍ରୁପ୍-ଏଫ୍, ହରିଆନାରେ ଗ୍ରୁପ୍-ଜି ଓ ଗୌହାଟୀରେ ଗ୍ରୁପ୍-ଏଚ୍ର ସମସ୍ତ ଲିଗ୍ ମୁକାବିଲା ଅନୁଷ୍ଠିତ ହେବ । କୋଲକାତାରେ ପ୍ଲେଟ୍ ଗ୍ରୁପ୍ର ଲିଗ୍ ମ୍ୟାଚ୍ ଖେଳାଯିବ । ପ୍ରତି ଗ୍ରୁପ୍ରେ ସ୍ଥାନ ପାଇଥିବା ଦଳ ଗୁଡ଼ିକ ପାଇଁ ନିଜ ନିଜ ଭେନ୍ୟୁ ନିକଟସ୍ଥ ଅଂଚଳରେ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବ । ଟୁର୍ଣ୍ଣାମେଂଟ ସମୟରେ କୌଣସି ଖେଳାଳି ଜୈବ ସୁରକ୍ଷା ବଳୟ ଅତିକ୍ରମ କରିପାରିବେ ନାହିଁ । ଓଡ଼ିଶାକୁ ଏଥର ଏକ କଷ୍ଟକର ଗ୍ରୁପ୍ରେ ସ୍ଥାନ ମିଳିଛି । ଏହି ଗ୍ରୁପ୍ରେ ସର୍ବାଧିକ ଚାମ୍ପିଅନ୍ ମୁମ୍ବାଇ ସମେତ ସୌରାଷ୍ଟ୍ର ଓ ଗୋଆ ସ୍ଥାନ ପାଇଛନ୍ତି । ଅହମ୍ମଦାବାଦରେ ଏହି ଗ୍ରୁପ୍ର ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହେବ । ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ୱାସିମ ଜାଫର ଓଡ଼ିଶା ଦଳର କୋଚ୍ ରହିଛନ୍ତି । ପୂର୍ବ କ୍ରୀଡ଼ାସୂଚୀ ଅନୁଯାୟୀ ଜାନୁଆରୀ ୧୩ ତାରିଖରୁ ରଣଜୀ ଟ୍ରଫି ଆରମ୍ଭ ହେବାର ଥିଲା । ହେଲେ କରୋନାର ତୃତୀୟ ଲହର ଆରମ୍ଭ ହେବା ପରେ ବିସିସିଆଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟକୁ ସ୍ଥଗିତ ରଖିଥିଲା । ବର୍ତମାନ ଓମିକ୍ରନ ଭାରିଆଂଟର ଭୟ ଧିରେ ଧିରେ କମିବାରେ ଲାଗିଛି । କରୋନା ଭାଇରସର ଭୟବହତାକୁ ଲକ୍ଷ୍ୟ କରି ୨୦୨୦/୨୧ ରଣଜୀ ଟ୍ରଫି ସିଜନ ବାତିଲ କରାଯାଇଥିଲା ।