ଆନ୍ତର୍ଜାତିକ ଦିନିକିଆ ମାନ୍ୟତା : କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଗିଲ୍, ଶୀର୍ଷ ସ୍ଥାନ ବଜାୟ ରଖିଲେ ସିରାଜ
ନୂଆଦିଲ୍ଲୀ: ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମାନ୍ୟତାରେ ଆଗରେ ଭାରତୀୟ ପ୍ଲେୟର୍ । ଭାରତୀୟ ଯୁବ ବ୍ୟାଟର୍ ଶୁବମନ୍ ଗିଲ୍ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଆନ୍ତର୍ଜାତିକ ଦିନିକିଆ ମାନ୍ୟତାରେ ବହୁତ ଦିନ ପର୍ଯ୍ୟନ୍ତ ୨ ନମ୍ବର ସ୍ଥାନରେ ରହିଆସୁଥିବା ଗିଲ୍ ସଦ୍ୟତମ ତାଲିକାରେ ପାକିସ୍ତାନର ବାବର ଆଜମଙ୍କୁ ଗାଦିଚ୍ୟୁତ କରି ନୂଆ ୧ ନମ୍ବର ହୋଇଛନ୍ତି। ଏହା ଫଳରେ ଗିଲ୍ ଚତୁର୍ଥ ଭାରତୀୟ ଭାବେ ୧ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ୧ ନମ୍ବର ବ୍ୟାଟର୍ ହୋଇସାରିଛନ୍ତି।
ଗିଲ୍ ଚଳିତ ବିଶ୍ବକପ୍ରେ ୬ଟି ପାଳିରୁ ୨୧୯ ରନ୍ କରିଥିଲା ବେଳେ ବାବର ୮ ପାଳିରୁ ୨୮୨ ରନ୍ ସଂଗ୍ରହ କରିଛନ୍ତି। କିନ୍ତୁ ଗିଲ୍ଙ୍କ (୮୩୦) ଠୁ ବାବର (୮୨୪) ୬ ରେଟିଂ ପଏଣ୍ଟ କମ୍ ପାଇ ଦ୍ବିତୀୟରେ ଅଛନ୍ତି। ସେହିପରି ଚେଜ୍ ମାଷ୍ଟର ବିରାଟ କୋହଲି ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବ୍ୟାଟର କ୍ବିଣ୍ଟନ ଡି’କକ୍ (୭୭୧)ଙ୍କ ଠାରୁ କୋହଲି (୭୭୦) ମାତ୍ର ଗୋଟିଏ ପଏଣ୍ଟ କମ୍ ପାଇଛନ୍ତି। ଡେଭିଡ୍ ୱାର୍ଣ୍ଣର ପଞ୍ଚମ ଓ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ କୁଲଦୀପ ଯାଦବ (୪), ଯଶପ୍ରୀତ ବୁମରା (୮) ଓ ମହମ୍ମଦ ସାମି (୧୦) ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି। ଅଲରାଉଣ୍ଡର ତାଲିକାରେ ସାକିବ ଅଲ ହାସନ ୧ ନମ୍ବର ସ୍ଥାନରେ ଥିବା ବେଳେ ମଙ୍ଗଳବାର ଅବିଶ୍ବସନୀୟ ପାଳି ଖେଳିଥିବା ଗ୍ଲେନ ମ୍ୟାକ୍ସୱେଲ୍ ୪ଟି ସ୍ଥାନ ଉପରକୁ ଉଠି ଷଷ୍ଠରେ ପହଞ୍ଚିଛନ୍ତି। ଏକମାତ୍ର ଭାରତୀୟ ରବୀନ୍ଦ୍ର ଜାଡ଼େଜା ଦଶମ ସ୍ଥାନରେ ରହିଛନ୍ତି। ଭାରତ ଏବେ ଏକକାଳୀନ ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷରେ ରହିବା ଏବଂ ଦିନିକିଆ ବିଶ୍ବକପ୍ ବେଳେ ବ୍ୟାଟିଂ ଓ ବୋଲିଂର ଶିଖରରେ ପହଞ୍ଚିବା ପ୍ରଶଂସକଙ୍କୁ ଖୁସି କରି ଦେଇଛି। ଟେଷ୍ଟରେ ମଧ୍ୟ ଆର୍ ଅଶ୍ବିନ୍ ବୋଲିଂରେ ଏବଂ ରବୀନ୍ଦ୍ର ଜାଡ଼େଜା ଅଲରାଉଣ୍ଡର୍ ତାଲିକାରେ ଶୀର୍ଷରେ ରହିଛନ୍ତି।
ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ କୁଲଦୀପ ଯାଦବ (୪), ଯଶପ୍ରୀତ ବୁମରା (୮) ଓ ମହମ୍ମଦ ସାମି (୧୦) ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି। ଟେଷ୍ଟରେ ମଧ୍ୟ ଆର୍ ଅଶ୍ବିନ୍ ବୋଲିଂରେ ଏବଂ ରବୀନ୍ଦ୍ର ଜାଡ଼େଜା ଅଲରାଉଣ୍ଡର୍ ତାଲିକାରେ ଶୀର୍ଷରେ ରହିଛନ୍ତି। ଭାରତ ଏବେ ଏକକାଳୀନ ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷରେ ରହିବା ଏବଂ ଦିନିକିଆ ବିଶ୍ବକପ୍ ବେଳେ ବ୍ୟାଟିଂ ଓ ବୋଲିଂର ଶିଖରରେ ପହଞ୍ଚିବା ପ୍ରଶଂସକଙ୍କୁ ଖୁସି କରି ଦେଇଛି।