ଜାତୀୟ ପତାକାକୁ ଅପମାନ ! ତ୍ରିରଙ୍ଗାରେ ତରଭୁଜରୁ ଧୂଳି ସଫା କରିବାର ଭିଡ଼ିଓ ଭାଇରାଲ୍, ତଦନ୍ତ ନିର୍ଦ୍ଦେଶ ଦେଲା ୟୁପି ପୋଲିସ
ଝାନ୍ସି : ତରଭୁଜରୁ ଧୂଳି ସଫା କରିବା ପାଇଁ ଜଣେ ବ୍ୟକ୍ତି ଜାତୀୟ ପତାକା ବ୍ୟବହାର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ଉତ୍ତରପ୍ରଦେଶରେ ଝାନ୍ସି ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ଝାନ୍ସି ପୋଲିସ ତଦନ୍ତ ନିର୍ଦ୍ଦେଶ ଦେଇଛି ।
ଏହି ଘଟଣାର ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସାମ୍ନାକୁ ଆସିଥିଲା। ଉକ୍ତ ଭିଡିଓରେ ଜଣେ ବ୍ୟକ୍ତି ଜଣକ ଅଛନ୍ତି, ଯିଏକି ଜାତୀୟ ପତାକା ଦ୍ୱାରା ତରଭୁଜରେ ଲାଗି ଥିବା ଧୂଳି ସଫା କରୁଥିବାର ଦେଖିବାକୁ ମିଳିଥିଲା। ଯଦିଓ ଏହା ପ୍ରଥମ ଥର ନୁହେଁ, ଜାତୀୟ ପତାକାକୁ ଅସମ୍ମାନ କରିବାର ଘଟଣା ପୂର୍ବରୁ ମଧ୍ୟ ବହୁବାର ସାମ୍ନାକୁ ଆସିଛି।
#झाँसी राष्ट्रीय ध्वज से तरबूज साफ करते वीडियो सोशल मीडिया पर हुआ वायरल,समथर थाना क्षेत्र का बताया जा रहा है @dmjhansi1 @jhansipolice @Uppolice @myogiadityanath @UPGovt pic.twitter.com/d8yxbdPRni
— ठाkur Ankit Singh (@liveankitknp) April 7, 2023
ଏହା ପୂର୍ବରୁ ଜଣେ ୫୨ ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଯିଏକି ତାଙ୍କ ଦୁଇ ଚକିଆ ଯାନ ସଫା କରିବାକୁ ଜାତୀୟ ପତାକା ବ୍ୟବହାର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।