ଅମାନବୀୟ ହତ୍ୟାକାଣ୍ଡ : ବାକି ଥିବା ପଇସା ମାଗିବାରୁ ଘର ମାଲିକକୁ ହତ୍ୟା କଲେ ପ୍ରେମୀଯୁଗଳ
ହରିୟାଣା : ବହୁଦିନ ଧରି ବାକିଥିବା ପଇସା ମାଗିବାରୁ ଘରମାଲିକକୁ ହତ୍ୟା କଲେ ପ୍ରେମୀଯୁଗଳ । ହରିୟାଣାର କର୍ଣ୍ଣଲରେ ଏଭଳି ଏକ ଅମାନବୀୟ ହତ୍ୟାକାଣ୍ଡ ଘଟିଛି । ସୂଚନା ମୁତାବକ କର୍ଣ୍ଣଲରେ ପ୍ରେମିକ ହାର୍ଦ୍ଦିକ ଓ ପ୍ରେମିକା ପ୍ରୀତକା କର୍ଣ୍ଣଲର ଆନନ୍ଦ ବିହାରରେ ରହିଆସୁଥିଲେ । ସରସ୍ୱତୀ କୁମାରୀ ଙ୍କ ଘରେ ବହୁଦିନଧରି ରହିଆସୁଥିଲେ ପ୍ରେମୀଯୁଗଳ । ଘରମାଲିକ ବାକିଥବା ପଇସା ମାଗିଥିଲେ ଏବଂ କହିଲେ ଯଦି ଘର ଭଡା ନଦେବ ତାହେଲେ ଘର ଛାଡ । କିଛି ଦିନ ପୂର୍ବରୁ ଘର ଭଡାକୁ ନେଇ ବୃଦ୍ଧ ମହିଳା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ପୁଲିସ କହିଛି ଯେ ଡିସେମ୍ବର ୧୦ ରେ ମହିଳାଙ୍କ ହତ୍ୟା ସମ୍ପର୍କରେ ସୂଚନା ମିଳିଥିଲା।
ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା କେହି ବି ଘରକୁ ଆସିନଥିବାର ଦେଖିବାକୁ ମିଳିଥିଲା । ପୁଲିସର ସନ୍ଦେହ ଏହା ପରେ ଭଡାଟିଆଙ୍କ ଉପରେ ବଢିଥିଲା । ପୋଲିସ ର ତଦନ୍ତ ଜାରିଥିବା ବେଳେ ଭଡାଟିଆ ଙ୍କ ଗୁମର ଖୋଲିଲା । ସେମାନଙ୍କ କହିବା ଅନୁଯାଇ ବାରମ୍ବାର ଭଡା ମାଗିବା ଯୋଗୁଁ ସେମାନେ ମାଲିକାଣୀକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଡିସେମ୍ବର ୧୦ ତାରିଖ ଦିନ ସେମାନେ ମାଲିକାଣୀଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟତ ହେଉଥିବାବେଳେ ସରସ୍ବତୀ କୁମାରୀ ଏହା ଦେଖି ବିରୋଧ କରିଥିଲେ । ହତ୍ୟା କରି ଫେରାର ହୋଇଯାଇଥିଲେ ଏହା ପରେ ସେମାନଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣାଦିନ ଦୁହେଁ ମଦ୍ୟପାନ କରିଥିବାର ପୁଲିସ କହିଛି ।