ପର୍ବ ପର୍ବାଣୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି : ଡିଏମଇଟି
ଭୁବନେଶ୍ୱର : କୋଭିଡ୍ ନିୟମ ନ ମାନିଲେ ପର୍ବ ପର୍ବାଣୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି । ମୂର୍ତ୍ତି ଉଚ୍ଚତା ବଢିଲେ ସ୍ଥାପନ ଓ ସ୍ଥାନାନ୍ତରଣରେ ଅଧିକ ଲୋକ ନିୟୋଜିତ ହେବେ । ଯଦି ଏହିପରି ଆମେ କୋଭିଡ୍ ନିୟମ ନ ପାଳନ କରିବା ତେବେ ତୃତୀୟ ଲହର ଆମନ୍ତ୍ରଣ ଦେଲା ଭଳି ହେବ ।
ପାର୍ବଣରେ ବଜାରରେ ଭିଡ ହେବ । ଦୋକାନ ବନ୍ଦ କରିବା ପାଇଁ ଆମେ ଚାହୁଁନୁ । ଆମେ ଅପିଲ୍ କରୁଛୁ ଲୋକମାନେ କୋଭିଡ୍ ନିୟମ ପାଳନ କରନ୍ତୁ । ନଚେତ କେରଳର ଓନମ ପରେ ଯେଉଁ ସ୍ଥିତି ହେଲା ସେହିପରି ଆମ ରାଜ୍ୟରେ ବି ହେବ ବୋଲି ଡିଏମଇଟି କହିଛନ୍ତି ।