ଟୋକିଓ ଅଲିମ୍ପିକ୍ସ : ଆଜି ଭାରତ-ପାକିସ୍ତାନ କଡ୍ଡା ମୁକାବିଲା
- ସୁନା ପଦକ ପାଇଁ ମଇଦାନକୁ ଓହ୍ଲାଇବେ ନୀରଜ ଚୋପ୍ରା
ଟୋକିଓ : ଶେଷ ପର୍ଯ୍ୟାୟରେ ଟୋକିଓ ଅଲିମ୍ପିକ୍ସ । ଆଉ ଦୁଇ ଦିନର ଖେଳ ପରେ କ୍ରୀହା ମହାକୁମ୍ଭରେ ପଡିବ ଯବନିକା। ଏହି ପରିପ୍ରେକ୍ଷୀରେ ଶନିବାର ୧୬ମ ଦିନ ଭାରତ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଆଜି ଭାରତର ଜାଭଲିନ ଆଥଲେଟ୍ ନୀରଜ ଚୋପ୍ରା ସୁନା ପଦକ ପାଇଁ ମଇଦାନକୁ ଓହ୍ଲାଇବେ। ଅନ୍ୟପଟେ ଗୋଲ୍ଫରେ ଭାରତ ଇତିହାସ ରଚିପାରେ। ଆଦିତି ଅଶୋକଙ୍କଠୁ ଦେଶ ବହୁତ ଆଶା ରହିଛି। ସେ ପଦକ ଦୌଡରେ ରହିଛନ୍ତି। ଏହା ବ୍ୟତୀତ ବଜରଙ୍ଗ ପୁନିଆ କାଂସ୍ୟ ପଦକ ପାଇଁ ନିଜର ଦମ ଦେଖାଇବେ।
ଟୋକିଓ ଅଲିମ୍ପିକ୍ସରେ ଶନିବାର ମୁହାଁମୁହିଁ ହେବେ ୨ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ଜାଭେଲିନ ଥ୍ରୋ ଫାଇନାଲରେ ଭାରତର ନୀରଜ ଚୋପଡା ଏବଂ ଅରଶଦ ନଦୀମଙ୍କ ମଧ୍ୟରେ ଫାଇନାଲରେ ସୁନା ମେଡାଲ ପାଇଁ ହେବ କଡ୍ଡା ମୁକାବିଲା । ଏହି ମ୍ୟାଚ ଦେଖିବା ପାଇଁ ଇଭୟ ଦେଶର ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସୂଚନା ଯେ. ଭାରତ ଖେଳାଳି ନୀରଜ ଚୋପ୍ରା ଏବଂ ପାକିସ୍ତାନ ଖେଳାଳି ଅରଶଦ ନାଦିମ ଉଭୟ ଚମତ୍କାର ପ୍ରଦର୍ଶନ କରିଥାନ୍ତି । ଫଳରେ ଜାଭେଲିନ୍ ଥ୍ରୋର ଫାଇନାଲରେ ଉଭୟଙ୍କ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ । କାରଣ ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ନିଜ ନିଜ ଗୋଷ୍ଠୀର ଶୀର୍ଷରେ ରହି ଫାଇନାଲରେ ପ୍ରବେଶ କରିବାକୁ ଯୋଗ୍ୟତା ମାର୍କ ସୁରକ୍ଷିତ କରିଥିଲେ । ମୋଟ ଉପରେ, ଭାରତର ତାରକା ଖେଳାଳି ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋରେ ଶୀର୍ଷରେ ଥିବାବେଳେ ଅରଶଦ ୮୫.୧୬ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି । ନୀରଜ ଗ୍ରୁପ୍ ଏରେ ଏବଂ ଆଶରଦ୍ ଗ୍ରୁପ୍ ବିରେ ଥିଲେ ।