ବିଦେଶୀ ଏୟାରପୋର୍ଟରେ ବଲିଉଡ୍ ଗୀତ ଗାଇଲେ ଭାରତୀୟ ଯୁବକ, ଝୁମି ଉଠିଲେ ଅଧିକାରୀ
ନୂଆଦିଲ୍ଳୀ: ଭାରତୀୟ ସଙ୍ଗୀତର ଲୋକପ୍ରିୟତା ପୁରା ବିଶ୍ୱରେ ରହିଛି । ପ୍ରାୟ ସମୟରେ ସୋସିଆଲ ମିଡିଆରେ ଭାରତୀୟ ସଙ୍ଗୀତ ପ୍ରତି ରହିଥିବା କ୍ରେଜ୍ ଦେଖିବାକୁ ମିଳେ । ବିଶ୍ୱର ଅନେକ ଲୋକେ ଭାରତୀୟ ଗୀତରେ ନୃତ୍ୟ କରୁଥିବା ଗୀତ ଗାଉଥିବା ଅଭିନୟ କରୁଥିବା ଦେଖିବାକୁ ମିଳେ । ଏବେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ଆଜେରବାଜାନ ବିମାନବନ୍ଦରରୁ ଆସିଛି । ଯେଉଁଥିରେ ଜଣେ ଭାରତୀୟ ଯୁବକ ବଲିଉଡ ଗୀତରେ ଗିଟାର ବଜାଇଥିଲେ ଏବଂ ଏପରି ସୁନ୍ଦର ଭାବେ ଗୀତ ଗାଇଥିଲେଯେ, ସେଠାରେ ଥିବା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ବାସ୍ତବରେ ଭାରତୀୟ ଯୁବକଜଣଙ୍କ ଆଜେରବାଜାନର ବାକୁ ସହରରୁ ସେ ଶୋ ‘କରିକି ଫେରୁଥିଲେ । ଏହି ସମୟରେ ସୁରକ୍ଷା ଅଧିକାରୀମାନେ ଯାଞ୍ଚ କରିବା ବେଳେ ତାଙ୍କ ପାଖରୁ ଗିଟାର ପାଇଥିଲେ । ଏହାପରେ ଅଧିକାରୀମାନେ ତାଙ୍କୁ ଗିଟାର ବଜାଇ କିଛି ଗୀତ ଗାଇବାକୁ କହିଥିଲେ । କର୍ତ୍ତୃପକ୍ଷଙ୍କ ଅନୁରୋଧ ପରେ କବୀର ଆଶିକି -୨ ଚଳଚ୍ଚିତ୍ରରୁ ସୁପରହିଟ୍ ଗୀତ ‘ତୁମ୍ ହି ହୋ’ ଗାଇ ଗିଟାର୍ ଟ୍ୟୁନ୍ ମଧ୍ୟ ବାହାର କରିଥିଲେ । ବିମାନବନ୍ଦରରେ ଉପସ୍ଥିତ ଥିବା ଅଧିକାରୀମାନେ କବୀରଙ୍କ ଗୀତ ଶୁଣି ଝୁମି ଉଠିଥିଲେ । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨.୫ ଲକ୍ଷ ଲୋକ ଇନଷ୍ଟାଗ୍ରାମରେ ଦେଖିଥିବାବେଳେ ପାଞ୍ଚଶହରୁ ଅଧିକ ଲୋକ ଏହା ଉପରେ କମେଣ୍ଟ କରିଛନ୍ତି ।