ଇସ୍ତଫା ଦେଲେ ମହିଳା ହକି କୋଚ ସୋର୍ଡ ମାରିନ
ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷକ ସୋର୍ଡ ମାରିନ ଦଳ ଛାଡିବାକୁ ନିଷ୍ପତି ନେଇଛନ୍ତି । ବ୍ରୋଞ୍ଜ ପଦକ ମ୍ୟାଚ୍ରେ ଦଳ ହାରିଯିବା ପରେ କୋଚ୍ ଭାବରେ ଅଲିମ୍ପିକ୍ସ ତାଙ୍କର ଶେଷ ଟୁର୍ନାମେଂଟ ଥିଲା ବୋଲି ସୋର୍ଡ ମାରିନ ଶୁକ୍ରବାର ଦିନ ଘୋଷଣା କରିଛନ୍ତି । ସୂଚନା ଥାଉ କି ଯେ ମାରିନଙ୍କ କୋଚିଂ ଦ୍ୱାରା ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସରେ ସର୍ବୋତମ ପ୍ରଦର୍ଶନ କରିଥିଲା । ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚରେ ୩-୪ ରେ ହାରିଯିବା ପରେ ମାରିନ ଇସ୍ତଫା ଘୋଷଣା କରିଛନ୍ତି । ନେଦରଲାଣ୍ଡର ଏହି ପୂର୍ବତନ ଖେଳାଳି କହିଛନ୍ତି, ‘ମୋର ବର୍ତମାନ କୌଣସି ଯୋଜନା ନାହିଁ କାରଣ ଏହା ଭାରତୀୟ ମହିଳା ଦଳ ସହିତ ମୋର ଶେଷ ମ୍ୟାଚ୍ ଥିଲା । ବର୍ତମାନ ଦଳ ଜାନେକା ସୋପମ୍ୟାନଙ୍କ ଉପରେ ନିର୍ଭର କରେ ।
ତେବେ ୨୦୧୮ରେ ସେ ପୁନର୍ବାର ମହିଳା ଦଳର କୋଚ୍ ଭାବରେ ନିଯୁକ୍ତ ହୋଇଥିଲେ । ମାରିନ ନେଦରଲ୍ୟାଣ୍ଡ ପାଇଁ ଖେଳିଛନ୍ତି ଏବଂ ତାଙ୍କ ତତ୍ୱାବଧାନରେ ନେଦରଲ୍ୟାଣ୍ଡ ୨୧ ବର୍ଷରୁ କମ୍ ମହିଳା ଦଳ ବିଶ୍ୱକପ୍ ଟାଇଟଲ୍ ଜିତିଥିଲେ ଏବଂ ବରିଷ୍ଠ ମହିଳା ଦଳ ୨୦୧୫ ହକି ବିଶ୍ୱ ଲିଗ୍ ସେମିଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।