ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଉ ଯିବାକୁ ପଡ଼ିବନି ୟୁକ୍ରେନ, ନୂଆ ମେଡିକାଲ କଲେଜ ତିଆରି କରିବେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରାଙ୍କ ବଡ଼ ଘୋଷଣା । ଡାକ୍ତରୀ ପଢ଼ିବାକୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଉ ଯିବାକୁ ପଡ଼ିବନି ୟୁକ୍ରେନ । କମ୍ ଫି’ରେ ପଢ଼ିପାରିବେ ଛାତ୍ରଛାତ୍ରୀ । ଭାରତରେ ତିଆରି ହେବ ନୂଆ ମେଡିକାଲ କଲେଜ । ଏବେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ସ୍ଥିତିକୁ ଦେଖି ଏକ ବଡ଼ ପ୍ରକଳ୍ପ ବାବଦରେ ଆନନ୍ଦ ଘୋଷଣା କରିଛନ୍ତି ।
ସେ ଟ୍ୱିଟ୍ କରି କହିଛନ୍ତିଯେ, ଭାରତରେ ମେଡିକାଲ କଲେଜର ଏତେ ଅଭାବ ଥିଲା ବୋଲି ସେ ଜାଣିନଥିଲେ । ଋଷ ଏବଂ ଯୁଦ୍ଧ ଯୁଦ୍ଧ ଯୋଗୁଁ ୟୁକ୍ରେନରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯେଉଁ ସବୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି । ଏହାକୁ ଦେଖିବା ପରେ ମୁଁ ଏହି ନିଷ୍ପତ୍ତି ନେଇଛି । ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ୍ ପରେ ଅନେକ ୟୁଜର ଭାରତରେ ଡାକ୍ତରୀ ପଢିବା ବ୍ୟୟ ବହୁଳ ବୋଲି କହିଥିଲେ । ଏହାକୁ ନେଇ ଜଣେ ୟୁଜର ଆନନ୍ଦକୁ ମେଡିକାଲ କଲେଜ କଲେ ଫି’ ଅଧିକ ନ ରଖିବାକୁ ଅନୁରୋଧ କରିଥିଲେ । ଏହା ଉପରେ ଆନନ୍ଦ ମହିନ୍ଦ୍ରା ସମ୍ପୂର୍ଣ୍ଣ ଧ୍ୟାନ ରଖିବେ ବୋଲି କହିଛନ୍ତି ।