ଟେବୁଲ ଟେନିସରେ ରୌପ୍ୟ ଜିତିଲେ ଭାବିନା
- ଟୋକିଓ ପାରାଲିମ୍ପିକ୍ସ୍ରେ ଭାରତକୁ ପ୍ରଥମ ପଦକ
ଜାପାନ : ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ସ୍ୱର୍ଣ୍ଣ ପଦକ ପାଇଁ ଚୀନ ପ୍ରତିଯୋଗୀଙ୍କ ତାଙ୍କର ଚାଲିଥିଲା ଲଢେଇ । ତାଙ୍କଠାରୁ ପରାସ୍ତ ହେଇ ରୌପ୍ୟରେ ସନ୍ତୁଷ୍ଟ ହୋଛନ୍ତି ଭାବିନା । ଫାଇନାଲ ମ୍ୟାଚରେ ଭାବିନା, ଚୀନର ଜୋହୁ ୟିଙ୍ଗଙ୍କ ମଧ୍ୟରେ ଜୋରଦାର ଖେଳ ହୋଇଥିଲା । ଜାପାନର ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସର ଟେବୁଲ ଟେନିସ ପ୍ରତିଯୋଗୀତାରେ ବିଶ୍ୱର ୩ ନମ୍ବର ଖେଳାଳି ମିଓଙ୍କୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଭାବିନା । ପ୍ରଥମ ଭାରତୀୟ ଭାବେ ଭାବିନା ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଫାଇନାଲରେ ପ୍ରବେଶ କରିଥଲେ ।
ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ବର ୧ ନମ୍ବର କ୍ରୀଡ଼ିକା ଜୋଉ ୟିଙ୍ଗ୍ଙ୍କ ଠାରୁ ପରାସ୍ତ ହୋଇ ୩୪ ବର୍ଷୀୟ ଭାବିନା ମହିଳା ଟେବୁଲ୍ ଟେନିସ୍ ‘ସି-ଫୋର୍’ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ କରି ପାରାଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଭାବିନାବେନ୍ ପଟେଲ୍ ଉତ୍ତମ କ୍ରୀଡ଼ିକା ଭାବେ କ୍ରୀଡ଼ା କ୍ଷେତ୍ରରେ ପରିଚିତା। କିନ୍ତୁ, ଆଜିର ଚୂଡ଼ାନ୍ତ ପ୍ରତିଯୋଗିତାରେ ଜୋଉ ୟିଙ୍ଗ୍ ତାଙ୍କ ଉପରେ ଆଧିପତ୍ୟ ଜାହିର୍ କରି ୬ଷ୍ଠ ଥର ଲାଗି ପାରାଲିମ୍ପିକ୍ସ୍ ସ୍ବର୍ଣ୍ଣ ପଦକ ହାସଲ କରି ନେଇଛନ୍ତି। ଚୀନ୍ର ୟିଙ୍ଗ୍ଙ୍କ ଠାରୁ ପଟେଲ୍ ୧୯ ମିନିଟ୍ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଛନ୍ତି। କିନ୍ତୁ, ପାରାଲିମ୍ପିକ୍ସ୍ରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଉତ୍ତମ ମୁକାବିଲା କରିଥିଲେ ମଧ୍ୟ ୬ ମିନିଟ୍ ପରେ ପ୍ରଥମ୍ ଗେମ୍ରେ ସେ ପରାସ୍ତ ହୋଇଥିଲେ। ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। କିନ୍ତୁ, ତାଙ୍କର ଉତ୍କର୍ଷତା ପ୍ରତିପାଦନ ଯୋଗୁଁ ଭାରତ ଗୌରବାନ୍ବିତ ହୋଇଛି। ଶନିବାର ଦିନ ‘ଉଇମିନ୍ସ୍ ସିଙ୍ଗଲ୍ସ୍ କ୍ଲାସ୍-ଫୋର୍’ରେ ବିଶ୍ବର ୩ ନମ୍ବର ଖେଳାଳି ଚୀନ୍ର ଚାଙ୍ଗ୍ ମିଆଓଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ଭାବେ ଭାବିନା ପଟେଲ୍ ଇତିହାସ ସୃଷ୍ଟି କରିବା ସହ ଫାଇନାଲ୍ରେ ପ୍ରବେଶ କରିଥିଲେ। ଚାଙ୍ଗ୍ ମିଆଓଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରି ସେ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ।