ଇଣ୍ଡିଆନ୍ କୋଷ୍ଟଗାର୍ଡରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ୧୦ମ ପାସ କରିଥିଲେ କରନ୍ତୁ ଆବେଦନ
ଆପଣଙ୍କର ଯଦି ନୌସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ଆଗ୍ରହ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ଇଣ୍ଡିଆନ୍ କୋଷ୍ଟଗାର୍ଡ ଅନେକ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଯେଉଁଥି ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ indiancoastguard.gov.in ଭିଜିଟ କରି ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ କେବଳ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିବାକୁ ପଡିବ ।
ଖାଲିଥିବା ପଦବୀ ସଂଖ୍ୟା :
ବିଜ୍ଞପ୍ତି ଅନୁଯାୟୀ, ଗ୍ରୁପ୍ ସି ର ଷ୍ଟୋର କିପର ପାଇଁ ୨ ଟି ପଦ ଏବଂ ଲାସ୍କର ପାଇଁ ୩ ଟି ପଦ ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ପୂରଣ ହେବ ।
ଶିକ୍ଷାଗତ ଯୋଗ୍ୟତା :
ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଅଧୀନରେ ଷ୍ଟୋର କିପର ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ଉଚିତ୍ ।ଲାସ୍କର ପଦବୀ ପାଇଁ, ପ୍ରାର୍ଥୀ ଦଶମ ପାସ୍ ହେବା ଉଚିତ୍ ।
ବୟସ ସୀମା :
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍ । ଯେତେବେଳେ କି ଲାସ୍କର ପାଇଁ ଏହା ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ । ତେବେ ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ବୟସରେ ରିହାତି ପାଇବେ ।
ଚୟନ ପ୍ରକ୍ରିୟା :
ଏହି ନିଯୁକ୍ତି ଅଧୀନରେ ଲିଖିତ ପରୀକ୍ଷା ଏବଂ ଟ୍ରେଡ଼ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ଏହି ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀଙ୍କୁ ଅତି କମରେ ୫୦ ପ୍ରତିଶତ ମାର୍କ ପାଇବାକୁ ପଡିବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ବାହାରିଥିବା ବିଜ୍ଞପ୍ତି ତାରିଖର ୩୦ ଦିନ ମଧ୍ୟରେ ଆବେଦନ କରିପାରିବେ ।