ପୂର୍ବ ଲଦାଖରୁ ହଟିଲେ ଭାରତ ଓ ଚୀନ ସୈନିକ
ନୂଆଦିଲ୍ଲୀ: ସୀମାରେ ଗତିରୋଧ ସ୍ଥାନରେ ସୈନିକ ପଛକୁ ହଟାଇବାକୁ ନେଇ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସହମତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂର୍ବ ଲଦାଖର ଯେଉଁ ସ୍ଥାନରେ ଗତିରୋଧ ହୋଇଥିଲା ସେଠାରୁ ଉଭୟ ଦେଶର ସୈନିକ ହଟି ଯାଇଛନ୍ତି । ଅର୍ଥାତ୍ ସୈନିକ ହଟିବା ପ୍ର୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଥିବା ଜଣାପଡ଼ିଛି ।
ସୂଚନା ଯେ, ଉଭୟ ଭାରତ ଓ ଚୀନ ଗତ ସପ୍ତାହରେ ପୀପୀ-୧୫ରୁ ନିଜ ନିଜ ସୈନିକ ପଛକୁ ହଟାଇବେ ବୋଲି କହିଥିଲେ । ଉକ୍ତ ସ୍ଥାନରୁ ୨-୪ କିମି ପର୍ୟ୍ୟନ୍ତ ବୋଫର ଜୋନ କରାଯାଇପାରେ ବୋଲି ସୂଚନା ମିଳିଛି । କିନ୍ତୁ ଏନେଇ ଆନୁଷ୍ଠାନିକ ରୂପେ କୌଣସି ଘୋଷଣା କରାଯାଇ ନାହିଁ । ଉକ୍ତ ସ୍ଥାନରୁ ସୈନିକ ହଟାଇବା ପାଇଁ ଭାରତ ପୂର୍ବରୁ ଚୀନ ଉପରେ ଚାପ ପକାଇଥିଲା । ଯେପର୍ୟ୍ୟନ୍ତ ସୀମାରେ ଶାନ୍ତି ଫେରିନି ସେପର୍ୟ୍ୟନ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ପୂର୍ବଭଳି ସାମାନ୍ୟ ହୋଇପାରିବନି ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବହୁବାର କହିଥିଲେ ।