ଦ୍ୱିତୀୟ ଟି-୨୦ : ୭ ଉଇକେଟ୍ରେ ଜିତିଲା ଭାରତ
ଧର୍ମଶାଳା: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦କୁ ୭ ଉଇକେଟ୍ରେ ଜିତିଲା ଭାରତ । ଏଥିସହ ୩ ଟିକିଆ ସିରିଜ୍କୁ ୨-୦ରେ ଜିତି ଟ୍ରଫି ହାସଲ କରିଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୮୪ ରନ୍ର ଟାର୍ଗେଟ୍ ଦେଇଥିବା ବେଳେ ଭାରତ ୧୭.୧ ଓଭରରେ ୩ ଉଇକେଟ୍ ହରାଇ ୧୮୬ ରନ୍ କରି ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ପ୍ରଥମେ ୧ ରନ୍ରେ ଓ ଈଶାନ କିଶନ୍ ୧୬ ରନ୍ କରି ଆଉଟ୍ ହୋଇଥିଲେ । ମାତ୍ର ମଧ୍ୟମକ୍ରମରେ ଆସିଥିବା ଶ୍ରେୟସ ଆୟର ଧୂଆଁଧାର ପାରି ଖେଳିଥିଲେ । ସେ ମାତ୍ର ୪୦ ବଲ୍ରୁ ୫ ଚୌକା ଓ ୪ ଛକା ସହ ୬୯ଞ୍ଚ ରନ୍ର ପାଳି ଖେଳି ବିଜୟ ଆଣି ଦେଇଥିଲେ । ତାଙ୍କ ସହ ସଞ୍ଜୁ ସାମସନ୍ ମଧ୍ୟ ୩୯ ରନ୍ର ପାରି ଯୋଡ଼ିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩୯ଞ୍ଚ ରନ୍ ସଂଗ୍ରହ କରିଥିଲେ ।
ଶ୍ରେୟସ ଆୟରଙ୍କ ଅପରାଜିତ ଦ୍ରୁତ ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ଶ୍ରୀଲଙ୍କାକୁ ସହଜରେ ୭ ଓ୍ଵିକେଟ୍ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପାଥୁମ ନିଶଙ୍କା(୭୫), ଦାସୁନ ଶନାଙ୍କାଙ୍କ ଅପରାଜିତ ୪୭ ରନ ଏବଂ ଧନୁଶ ଗୁଣଥିଳକାଙ୍କ ୩୮ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୮୩ ରନ କରିଥିଲା। ଜବାବରେ ଭାରତ ଶ୍ରେୟସ ଆୟରଙ୍କ ଅପରାଜିତ ଦମଦାର ୭୪ ରନ ଇନିଂସ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ଅପରାଜିତ ୪୫ ରନ ବଳରେ ୧୭.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସଞ୍ଜୁ ସାମସନ ୩୯ ରନର ଉପଯାେଗୀ ରନ କରିଛନ୍ତି। ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ଶ୍ରେୟସ ଆୟର ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତାକାଲି ସିରିଜ୍ର ଶେଷ ମ୍ୟାଚ୍ ଖେଳାଯିବ।
ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଟି୨୦ ମ୍ୟାଚ ଜାରି ରହିଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୧୮୩ ରନ୍ କରିଛି। ଶ୍ରୀଲଙ୍କାର ଓପନିଂ ବ୍ୟାଟର୍ ପାଥୁମ୍ ନିଶାଙ୍କ ଓ ଧନୁଷ୍କା ଗୁଣତିଳକ ପ୍ରଥମ ଓ୍ଵିକେଟରେ ୮.୪ ଓଭରରେ ୬୭ ରନ୍ ଯୋଡିଥିଲେ। ଗୁଣତିଳକ ୨୯ଟି ବଲରେ ୪ଟି ଚୌକା ଓ ୨ଟି ଛକା ସହ ୨୯ ରନ୍ କରିଥିଲେ। ଏହାପରେ ଚରିଥ୍ ଅଶଲଙ୍କା ୫ଟି ବଲ୍ ଖେଳି ୨ ରନରେ ଆଉଟ୍ ହୋଇଥିଲେ। ଶ୍ରୀଲଙ୍କାର ମଧ୍ୟକ୍ରମର ବ୍ୟାଟର୍ କାମିଲ୍ ମିଶାରା ଓ ଅଧିନାୟକ ଦିନେଶ ଚନ୍ଦିମାଲ ମଧ୍ୟ ସେଭଳି କୌଣସି ଉଲ୍ଲେଖନୀୟ ରନର ଅବଦାନ ନ କରି ଯଥାକ୍ରମେ ୧ ଓ ୯ ରନରେ ଆଉଟ୍ ହୋଇଯାଇଥିଲେ। ପାଥୁମ୍ ନିଶାଙ୍କ ଶ୍ରୀଲଙ୍କା ତରଫରୁ ଭଲ ଖେଳି ୫୩ଟି ବଲରେ ୧୧ଟି ଚୌକା ସହ ସର୍ବାଧିକ ୭୫ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଶ୍ରୀଲଙ୍କା ତରଫରୁ ସବୁଠାରୁ ଆକର୍ଷଣୀୟ ଓ ବିସ୍ଫୋରକ ବ୍ୟାଟିଂ କରିଥିଲେ ଦଶୁନ୍ ଶନକା। ସେ ମାତ୍ର ୧୯ଟି ବଲ୍ ଖେଳି ୫ଟି ଛକା ଓ ୨ଟି ଚୌକା ସହ ୪୭ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ସମସ୍ତ ୫ ଜଣ ବୋଲର୍ ଯଥା ଭୁବନେଶ୍ଵର୍ କୁମାର, ଜସପ୍ରୀତ୍ ବୁମରା, ହର୍ଷଲ୍ ପଟେଲ, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ।