୨୦୩୨ ସୁଦ୍ଧା ତୃତୀୟ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ଭାରତ : ମୁକେଶ ଅମ୍ବାନୀ
ନୂଆଦିଲ୍ଳୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ୨୦୩୨ ସୁଦ୍ଧା ଭାରତ ତୃତୀୟ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ କହିଛନ୍ତି । ସୂଚନା ଅନୁସାରେ ବୁଧବାର ଅମ୍ବାନୀ ହରିତ ଶକ୍ତିରେ ଭାରତର ଭୂମିକା ଉପରେ ଆଲୋକପାତ କରିଛନ୍ତି । ଏସିଆ ଇକୋନମିକ ଡାୟଲଗରେ ‘ସତତ ଭବିଷ୍ୟ ଲାଗି ହରିତ ଶକ୍ତି’ ଶୀର୍ଷକ ବ୍ୟାଖ୍ୟାନରେ ଅମ୍ବାନୀ ବୈଶ୍ୱିକ ନେତୃତ୍ୱ ଲାଗି ଏବେ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି । ଏଥିରେ ଅମ୍ବାନୀ ବିତିଯାଇଥିବା ପ୍ରତିଟି ବର୍ଷରେ ଏସିୟା କିପରି ପ୍ରଗତି କରିଛି ତାହାର ମଧ୍ୟ ବିବରଣୀ ରଖିଛନ୍ତି । ପ୍ରଥମରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଜିଡିପି)ରେ ଏସିଆ ବିଶ୍ୱରେ ଅଗ୍ରଣୀ ଥିଲା । ଗତ ଦୁଇ ଶତାବ୍ଧୀରେ ଏସିଆ ପଛେଇ ଯାଇଥିବାବେଳେ ଏବେ ପୁଣି ଥରେ ଦଅଢ଼ତାର ସହିତ ପ୍ରତ୍ୟାବର୍ତ୍ତନ କରୁଥିବା କହିଛନ୍ତି । ଆରଆଇଏଲ ଅଧ୍ୟକ୍ଷ ଅମ୍ବାନୀ ପୁଣେ ଇଣ୍ଟରନ୍ୟାସନାଲ ସେଣ୍ଟରର ଅଧ୍ୟକ୍ଷ ଡ. ଆର.ଏ ମଶଲକରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏଥିରେ ମଶାଲେକର ଅମ୍ବାନୀଙ୍କୁ ନୂଆ ଶକ୍ତି କଣ ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବରେ ଅମ୍ବାନୀ ମାନବ ଭାବେ ଆମ ପାଖରେ ଏକମାତ୍ର ଗ୍ରହ ଥିବା କହିଥିଲେ । ଆମର ଅନ୍ୟ କୌଣସି ଗ୍ରହ ନଥିବାବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ନୂଆ ସଙ୍କଟକୁ ମୁହାଁଇଥିବା କହିଥିଲେ । ଜଳବାୟୁ ସଂକଟ ଅନିବାର୍ୟ୍ୟ ରୂପେ ଶକ୍ତି ସଂକଟ ହିଁ ବୁଝାଯିବ ବୋଲି ସେ କହିଛନ୍ତି ।
ଏଣୁ ଶକ୍ତିର ପାରମ୍ପରିକ ସ୍ରୋତରୁ ବାହାରି ନୂଆ ଶକ୍ତି ଉତ୍ସ ଖୋଜିବା ବ୍ୟତୀତ ଏବେ ଆମ ନିକଟରେ ଅନ୍ୟ କୌଣସି ପନ୍ଥା ନଥିବା ଅମ୍ବାନୀ କହିଛନ୍ତି । ଆଉ କ୍ଷେତ୍ରରେ ଆଗାମୀ ଦିନରେ ଭାରତ ହିଁ ବିଶ୍ୱର ନେତୃତ୍ୱ ନେବ ବୋଲି ସେ କହିଥିଲେ । ଭାରତ ସରକାର ଏବେ ଗ୍ରିନ ଏନର୍ଜୀ ଲାଗି ପ୍ରୋତ୍ସାହନ ଦେବା ଆରମ୍ଭ କରିସାରିଲେଣି । ଦେଶର ଅର୍ଥନୀତିକୁ ସରକାର ୫ ଟ୍ରିଲିୟନରେ ପହଞ୍ଚାଇବାକୁ ଯୋଜନା ରଖିଛନ୍ତି । ତେବେ ଏହା ୧୦ ଟ୍ରିଲିୟନ ବି ହୋଇପାରେ । ତେବେ ଏହି ବାବଦରେ ଆମେ ୨୦୧୫, ୨୦୨୭ ବା ୨୦୩୦ ଅଥବା ଆଲୋଚନା କରିପାରିବା ବୋଲି ଅମ୍ବାନୀ କହିଛନ୍ତି ।