ବାଂଲାଦେଶ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା! ଫେରିଲେ ଜାଡେଜା, ରଜତ ଓ ୟଶ ନୂଆ ମୁହଁ
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବରରେ ବାଂଲାଦେଶ ଗସ୍ତ କରିବ ଭାରତୀୟ ଦଳ। ଏହି ଗସ୍ତରେ ଭାରତ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳିବ। ଏଥିନିମନ୍ତେ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଭାରତୀୟ ଦଳକୁ ଫେରିଛନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ଆଉ ଉଭୟ ଶୃଙ୍ଖଳା ପାଇଁ ଦଳରେ ଜାଡେଜାଙ୍କ ଚୟନ ହୋଇଛି। ଆଣ୍ଠୁଜନିତ ସମସ୍ୟାରୁ ସୁସ୍ଥ ହେବା ପରେ ସେ ପୁନର୍ବାସରେ ଗତି କରୁଛନ୍ତି। ଏହି କାରଣରୁ ସେ ଟି-୨୦ ବିଶ୍ଵ କପ୍ ଖେଳି ପାରି ନାହାନ୍ତି।
ବାଂଲାଦେଶ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ଜାଡେଜାଙ୍କ ନାମ ରହିଛି। ତେବେ ତାଙ୍କ ଫିଟନେସ୍ ଉପରେ ବିସିସିଆଇ କୌଣସି ସୂଚନା ଦେଇ ନାହିଁ। ଜାଡେଜା ଏସିଆ କପ୍ରେ ଲାଗିଥିବା ଆହତ କାରଣରୁ ଟି-୨୦ ବିଶ୍ଵ କପ୍ରେ ଭାରତର ପ୍ରତିନିଧିତ୍ଵ କରି ନାହାନ୍ତି। ଏବେ ବାଂଲାଦେଶ ବିପକ୍ଷ ଉଭୟ ଟେଷ୍ଟ ଏବଂ ଦିନିକିଆ ଶୃଙ୍ଖଳାରେ ଦଳରେ ସାମିଲ୍ ହୋଇଛନ୍ତି।
ଭାରତୀୟ ଟେଷ୍ଟ ଦଳ :
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁଭମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ(ଓ୍ଵିକେଟ୍ କିପର), କେଏସ ଭରତ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ।
ଭାରତୀୟ ଦିନିକିଆ ଦଳ :
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶିଖର ଧାଓ୍ଵନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଷନ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର, ୟଶ ଦୟାଲ।