ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ : ଶ୍ରୀଲଙ୍କାକୁ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା ଇଣ୍ଡିଆ
କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଠାରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋ ସ୍ଥିତ ଆର୍ ପ୍ରେମ୍ଦାସା ଷ୍ଟାଡିୟମରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଟସ୍ ଜିଣି ଶ୍ରୀଳଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଶିଖର ଧୱନଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇଛି । ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ୍ ହରାଇ ୧୬୪ ରନ ସଂଗ୍ରହ କରିଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ମାତ୍ର ୩୪ ବଲରୁ ୫ ଚୌକା ଏବଂ ୨ଟି ଛକା ସହାୟତାରେ ୫୦ ରନ କରି ଆଉଟ ହୋଇଛନ୍ତି ।
ଭାରତ ପକ୍ଷରୁ ଓପନର୍ ପୃଥ୍ବୀ ସ’ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଇଂନିସର ପ୍ରଥମ ବଲରେ ହିଁ ପ୍ୟାଭିଲିୟନ ଫେରିଥିଲେ ପୃଥ୍ବୀ । ଅପରପକ୍ଷେ ଅଧିନାୟକ ଶିଖର ଧାଓ୍ବନ ଦମଦାର ବ୍ୟାଟିଂ କରି ୩୬ ବଲରେ ୪ ଚୌକା ଏବଂ ଗୋଟି ଛକା ସହାୟତାରେ ୪୬ ରନ କରି ଆଉଟ ହୋଇଛନ୍ତି । ସେହିଭଳିୁ ସଞ୍ଜୁ ସାମସନ ୨୦ ବଲରୁ ୨୭ ହାର୍ଦ୍ଧିକ ପାଣ୍ଡ୍ୟା ୧୨ ବଲରୁ ୧୦ ରନ କରି ଆଉଟ ହୋଇଛନ୍ତି । ଇଶାନ କିଶନ ୨୦ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୩ ରନ କରି ଅପରାଜିତ ଅଛନ୍ତି । ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମନ୍ତ ଚାମିରା ୪ ଓଭରରେ ୨୪ ରନ ଦେଇ ୨ ଓ୍ବିକେଟ ହାସଲ କରିଛନ୍ତି । ସେହିଭଳି ଆକିଲା ଧନଞ୍ଜୟ ୩ ଓଭରରେ ୪୦ରନ, ଚାମିକା କରୁଣାରତ୍ନେ ୪ ଓଭରରେ ୩୪ ରନ ଦେଇ ୧ ଓ୍ବିକେଟ, ଇସୁରୁ ଉଦାନା ୪ ଓଭରରେ ୩୨ ରନ, ଓ୍ବାନିନ୍ଦୁ ହାସାରଙ୍ଗା ୪ ଓଭରରେ ୨୮ ରନ ୨ ଓ୍ବିକେଟ୍, ଦାସୁନ ସନାକା ୧ ଓଭରରେ ୪ ରନ ବ୍ୟୟ କରିଛନ୍ତି ।