ବଢିଲା ଭାରତ-ରୁଷିଆ ସଂପର୍କ : ପ୍ରତିରକ୍ଷା ସମେତ ୨୮ଟି ଚୁକ୍ତି ସ୍ୱାକ୍ଷରିତ
ନୂଆଦିଲ୍ଲୀ : ଦିଲ୍ଲୀ ହାଇଦ୍ରାବାଦ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଏହି ଅବସରରେ ମୋଦି କହିଛନ୍ତି, କୋଭିଡ୍ ମହାମାରୀ ସ୍ଥିତି ସତ୍ବେ ଭାରତ ଏବଂ ରୁଷ ୨ ଦେଶ ଭିତରେ ସଂପର୍କ ମଜଭୁତ ହୋଇଛି । ଭାକସିନ୍ ପରୀକ୍ଷଣ ଏବଂ ଉତ୍ପାଦନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ପାଇଛି । ଭାରତ ଏବଂ ରୁଷ ଭିତରେ ସଂପର୍କ ଦୃଢ଼ ରହିଛି । ଆର୍ଥିକ ସଂପର୍କ ବୃଦ୍ଧି ନେଇ ଭାରତ ଦୀର୍ଘମିଆଦି ରଣନୀତି ଉପରେ ଜୋର ଦେଉଛି । ୨୦୨୫ ସୁଦ୍ଧା ୩୦ ଅରବ ଡଲାର ବ୍ୟବସାୟ ଏବଂ ୫୦ ଅରବ ଡଲାର ନିବେଶ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଭାରତ-ରୁଷ ମଧ୍ୟରେ୧୦ ବର୍ଷିଆ ସାମରିକ ସହଯୋଗ ଚୁକ୍ତି ସହ ୨୮ ଟି ରାଜିନାମା ସ୍ୱାକ୍ଷର ହୋଇଛି ।
ବଢିଲା ଭାରତ ଏବଂ ଋଷ ମଧ୍ୟରେ ନିବିଡତା । ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଭାରତ ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ୨୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିସହିତ ଆତଙ୍କବାଦ ଏବଂ ଆଫଗାନିସ୍ତାନ ବାବଦରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୁଟିନଙ୍କ ଉପସ୍ଥିତିରେ ହୋଇଥିବା ଏହି ଚୁକ୍ତି ଦୁଇ ଦେଶର ସଂପର୍କକୁ ଆଗକୁ ବଢାଇବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କିଛି ବର୍ଷ ଭିତରେ ଅନେକ ନୂଆ ସମୀକରଣ ସାମ୍ନାକୁ ଆସିଛି । ଏହାସତ୍ବେ ଭାରତ ଏବଂ ରୁଷ ଭିତରେ ସଂପର୍କ ଦୃଢ଼ ରହିଛି । ଆର୍ଥିକ ସଂପର୍କ ବୃଦ୍ଧି ନେଇ ଭାରତ ଦୀର୍ଘମିଆଦି ରଣନୀତି ଉପରେ ଜୋର ଦେଉଛି । ୨୦୨୫ ସୁଦ୍ଧା ୩୦ ଅରବ ଡଲାର ବ୍ୟବସାୟ ଏବଂ ୫୦ ଅରବ ଡଲାର ନିବେଶ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଋଷ ପାଖରୁ ଭାରତ ଅତ୍ୟାଧୁନିକ ‘ଏସ-୪୦୦’ ଏୟାର ଡିଫେନ୍ସ ମସାଇଲ ସିଷ୍ଟମ୍ ଆଣିବ ବୋଲି ଚୁକ୍ତି ସ୍ୱାକ୍ଷର ହୋଇଛି । ସ୍ଥଳଭାଗରୁ ଆକାଶ ମାର୍ଗକୁ ଲକ୍ଷ ଭେଦ କରି ପାରୁଥିବା ଏହି ଅତ୍ୟାଧୁନି ମସାଇଲ ସିଷ୍ଟମ ଦ୍ୱାରା ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବ । ଉଭୟ ସ୍ଥଳଭାଗରେ ଏବଂ ଆକାଶମାର୍ଗରେ ଶତ୍ରୁକୁ ମାତ୍ ଦେବାରେ ସକ୍ଷମ ଏହି ଏସ-୪୦୦ ଏୟାର ଡିଫେନ୍ସ ମସାଇଲ ସିଷ୍ଟମ ପାଖରେ ରହିଛି । ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଂଗଲା କହିଛନ୍ତି, ଭାରତକୁ ଏହି ମିସାଇଲ୍ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତରେ ତିଆରି ହେବ ୬ ଲକ୍ଷ କଲସନିକୋଭ୍ ଆସଲ୍ଟ ରାଇଫଲ । ସେହିପରି ପାରାଦୀପ ଠାରେ ଆଇଓସିଏଲ ଓ ଋଷ କଂପାନୀ ସିବୁର ମିଶି ଡୁଆଲ୍ ଫିଡ୍ କ୍ରାକର ୟୁନିଟ୍ ପ୍ରତିଷ୍ଠା କରିବେ । ମୋଦିି-ପୁଟିନ୍ ସାକ୍ଷାତ ଆଗରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଏସ୍ .ଜୟଶଙ୍କର ରୁଷ ପ୍ରତିପକ୍ଷଙ୍କ ସହ ବୈଠକ କରିଛନ୍ତି । ଏହି ଅବସରରେ ଆଫଗାନିସ୍ତାନ, ଚୀନ ଏବଂ ଆତଙ୍କବାଦଜନିତ ବର୍ଦ୍ଧିତ ବିପଦ ଏବଂ ସାମଗ୍ରିକ ଭାବରେ ବିଶ୍ୱ ପରିସ୍ଥିତି ଭଳି ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଛି ।