ଆଜି ଠାରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ, ଜାଣନ୍ତୁ କେଉଁଠାରେ ହେବ ସିଧାପ୍ରସାରଣ ଓ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ । ଉଭୟଙ୍କ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳାଯିବ। ପ୍ରଥମେ ଉଭୟ ଦଳ ଦିନିକିଆ ସିରିଜ୍ ପାଇଁ ମୁହାଁମୁହିଁ ହେବେ। ଏହା ପରେ ଜାନୁଆରୀ ୨୭ ତାରିଖ ଶୁକ୍ରବାର ଠାରୁ ଟି -୨୦ ସିରିଜ୍ ଆରମ୍ଭ ହେବ। ଭାରତୀୟ ସମୟ ଅନୁଯାୟୀ ସମସ୍ତ ଦିନିକିଆ ମ୍ୟାଚ୍ ଅପରାହ୍ନ ୧ଟା ୩୦ରୁ ଆରମ୍ଭ ହେବାକୁ ଥିବା ବେଳେ ଟି-୨୦ ମ୍ୟାଚ୍ ଗୁଡ଼ିକ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ ହେବ। ଡିଜ୍ନି ପ୍ଲସ୍ ହଟଷ୍ଟାରରେ ମଧ୍ୟ ସିଧା ପ୍ରସାରଣ ହେବ।
ଏକଦିବସୀୟ ସିରିଜ କାର୍ଯ୍ୟସୂଚୀ :
୧- ପ୍ରଥମ ଦିନିକିଆ- ଜାନୁଆରୀ ୧୮, ବୁଧବାର- ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍, ହାଇଦ୍ରାବାଦ।
୨- ଦ୍ୱିତୀୟ ଦିନିକିଆ- ଜାନୁୟାରୀ ୨୧, ଶନିବାର- ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ, ରାୟପୁର।
୩- ତୃତୀୟ ଦିନିକିଆ- ଜାନୁଆରୀ ୨୪, ମଙ୍ଗଳବାର- ହୋଲକର କ୍ରିକେଟ୍ ଷ୍ଟାଡିୟମ୍, ଇନ୍ଦୋର।
ଟି-୨୦ ସିରିଜ :
୧- ପ୍ରଥମ ଟି-୨୦ ମ୍ୟାଚ୍- ଜାନୁଆରୀ ୨୭, ଶୁକ୍ରବାର- ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ୍ କମ୍ପ୍ଲେକ୍ସ, ରାଞ୍ଚି।
୨- ଦ୍ୱିତୀୟ ଟି-୨୦ ମ୍ୟାଚ୍- ଜାନୁୟାରୀ ୨୯, ରବିବାର- ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ୍, ଲକ୍ଷ୍ନୌ।
୩- ତୃତୀୟ ଟି-୨୦ ମ୍ୟାଚ୍- ଫେବୃଆରୀ ୦୧, ବୁଧବାର- ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍, ଅହମ୍ମଦାବାଦ।
ଦିନିକିଆ ପାଇଁ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ।
ଟି-୨୦ ପାଇଁ ଭାରତୀୟ ଦଳ- ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକ୍ଵାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି, ପୃଥ୍ବୀ ଶ’, ମୁକେଶ କୁମାର।