ଭାରତ ହେଉଛି ବିଶ୍ୱର ବିଶ୍ୱଗୁରୁ, ନ୍ୟାୟ ପାଇଁ ସଂଗ୍ରାମରେ ଆମେ ଏହା ଅନୁଭବ କରିଥିଲୁ : ୟୁକ୍ରେନ ଉପ-ବିଦେଶ ମନ୍ତ୍ରୀ
ନୂଆଦିଲ୍ଲୀ : ୟୁକ୍ରେନର ଉପ-ବିଦେଶ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଆସିଛନ୍ତି । ୪ ଦିନିଆ ଭାରତ ଗସ୍ତରେ ଆସିବା ପରେ ଦିଲ୍ଲୀରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା କହିଛନ୍ତି, ମୁଁ ଭାବୁଛି ଏକ ବିଶ୍ୱସ୍ତରୀୟ ଖେଳାଳି ଭାବେ ଭାରତ ପ୍ରକୃତରେ ବିଶ୍ୱନେତା। ମୂଲ୍ୟବୋଧ ଏବଂ ନ୍ୟାୟ ପାଇଁ ଲଢୁଥିବା ବେଳେ ଆମେ ୟୁକ୍ରେନରେ ଏହା ଅନୁଭବ କରିଛୁ । ୟୁକ୍ରେନ-ରୁଷ ଯୁଦ୍ଧର ସମାଧାନ କ୍ଷେତ୍ରରେ ଭାରତ ସକ୍ରିୟଭାବେ ଅଂଶଗ୍ରହଣ କରିବା ଆବଶ୍ୟକ । ଯୁଦ୍ଧର ଅବସାନ ପ୍ରସଙ୍ଗରେ ୟୁକ୍ରେନ ଭାରତ ସହ ଆଲୋଚନା ଚାହୁଁଛି । ଏହା ସହିତ ୟୁକ୍ରେନ ଗସ୍ତରେ ଯିବାକୁ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି ବୋଲି ସେ କହିଛନ୍ତି । ସେହିପରି ସେ ଅନୁରୋଧ କରିଛନ୍ତି ଯେ ଭାରତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଜେଲେନସ୍କିଙ୍କୁ ଆମନ୍ତ୍ରଣ କରୁ ।
ୟୁକ୍ରେନର ଉପ-ବିଦେଶ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଆସି ସୋମବାର ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ୟୁକ୍ରେନ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ । ଆମେ ଅକାରଣରେ ଯୁଦ୍ଧ ପୀଡିତ । ଯେପରି କି ଆପଣଙ୍କ ପ୍ରଧାନମନ୍ତ୍ରୀ କହିଥିଲେ ଏହା ଯୁଦ୍ଧର ଯୁଗ ନୁହେଁ, ଆମେ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛି । କିନ୍ତୁ ଦୁର୍ଭାଗ୍ୟରୁ ଆମେ ଗୋଟିଏ ଆକ୍ରାମକ ଦେଶ ଦ୍ୱାରା ଘେରି ହୋଇ ରହିଛୁ । ଝାପରୋଭା ସୋମବାର ବୈଦେଶିକ ମନ୍ତ୍ରଣାଳୟର ପଶ୍ଚିମ (ୱେଷ୍ଟ୍)-ସଚିବ ସଞ୍ଜୟ ବର୍ମାଙ୍କୁ ଭେଟିଛନ୍ତି ।
ଏମିନ ଝାପରୋଭା କହିଛନ୍ତି ଯେ, ଆମେ ଭାରତକୁ ଏହାର ଆର୍ଥିକ ସମ୍ପର୍କ ଉପରେ କୌଣସି ପ୍ରକାର ରାୟ ଦେଇ ପାରିବୁ ନାହିଁ । ଆମେ ଅନୁଭବ କରୁଛୁ ଯେ ଭାରତ ନିଜ ସମ୍ୱଳକୁ ନେଇ ବିବିଧତା ଆଣିବା ଦରକାର । କେବଳ ଉର୍ଜା କ୍ଷେତ୍ରରେ ନୁହେଁ ବରଂ ନିଜ ସୈନ୍ୟ କ୍ଷେତ୍ରରେ ମଧ୍ୟରେ ଆଣିବା ଦରକାର । ୟୁକ୍ରେନର ଉପ-ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଆମେ ଯେତେବେଳେ କେବଳ ରୁଷ ଉପରେ ନିର୍ଭର ଥିଲୁ, ସେତେବେଳେ ଅନେକ ଭୁଲ ଲାଭ ଉଠାଯାଇଛି । ଭାରତକୁ ସୈନ୍ୟ ବୁଝାମଣା, ରାଜନୀତିକ ଆଲୋଚନାରେ ପ୍ରାକ୍ଟିକଲ ହେବା ଦରକାର ।
ଏମିନ ଝାପରୋଭା କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମ ରାଷ୍ଟ୍ରପତିଙ୍କ କଥାବର୍ତ୍ତା ହୁଏ ତେବେ ୟୁକ୍ରେନ ଆସିବା ପାଇଁ ସେ ନିଶ୍ଚିତ ଆମନ୍ତ୍ରଣ କରିବେ । ଜଣେ ବୈଶ୍ୱିକ ଖେଳାଳି ରୂପେ ଭାରତ ପ୍ରକୃତରେ ଦୁନିଆର ବିଶ୍ୱଗୁରୁ ଅଟେ ବୋଲି ମୁଁ ଅନୁଭବ କରୁଛି । ମୂଲ୍ୟବୋଧ ଏବଂ ନ୍ୟାୟ ପାଇଁ ଲଢେଇ କରି ଆମେ ୟୁକ୍ରେନରେ ମଧ୍ୟ ଏହା ଅନୁଭବ କରିଛୁ’ ।
#WATCH | "India should be pragmatic in diversifying its energy resources, military contracts & political interactions. PM Modi's policy of democracy, dialogue&diversity & "no era of war" & strategic application is really important: Ukraine's Dy Foreign Minister Emine Dzhaparova pic.twitter.com/cOJkB7ZojD
— ANI (@ANI) April 10, 2023
ଏହା ପୂର୍ବରୁ ସେ ଟ୍ୱିଟ୍ କରି ଲେଖିଥିଲେ, ‘ଭାରତ ଭ୍ରମଣ କରି ଖୁସି ଅନୁଭବ କରୁଛି- ଏହି ଭୂମିରେ ଅନେକ ସାଧୁ, ସନ୍ଥ ଓ ଗୁରୁ ଜନ୍ମ ହୋଇଥିଲେ। ଆଜି ଭାରତ ବିଶ୍ୱଗୁରୁ, ବିଶ୍ୱର ନେତା ଓ ମଧ୍ୟସ୍ଥି ହେବାକୁ ଚାହୁଁଛି। ଆମ କ୍ଷେତ୍ରରେ, ଆମେ ଭଲ ଭାବରେ ଜାଣିଛୁ – ୟୁକ୍ରେନକୁ ସମର୍ଥନ କରିବା ଏକ ପ୍ରକୃତ ‘ବିଶ୍ୱଗୁରୁ’ ପାଇଁ ଉପଯୁକ୍ତ ବିକଳ୍ପ ।