ଆଜିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ବିଜୟ ଲକ୍ଷ୍ୟରେ ଉଭୟ ଦଳ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସୋମବାରଠୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ସୋମବାର ଠାରୁ ଘରୋଇ ଟିମ୍ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବ । ଜୋହାନ୍ସବର୍ଗର ଦି ୱାଡର୍ସ ଷ୍ଟାଡିୟମରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ପ୍ରଥମ ଟେଷ୍ଟକୁ ୧୧୩ରନ୍ରେ ଜିତିନେଇ ଥିବା ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ଜୋରଦାର ଅଭ୍ୟାସ କରିଥିବା ବେଳେ ବରାବର୍ କରିବାକୁ ଖୁବ୍ କସରତ୍ କରିଛି ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟେଷ୍ଟ ଜିତି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ସିରିଜ୍ ବିଜୟ ଲକ୍ଷ୍ୟରେ ଅଛି ଟିମ୍ ଇଣ୍ଡିଆ ।
ତେବେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଟିମ୍ରେ କୌଣସି ପରିବର୍ତନ ଆଶଙ୍କା କମ୍ । କିନ୍ତୁ ଜୋହାନ୍ସବର୍ଗ ପିଚ୍କୁ ଦୃଷ୍ଟିରେ ରଖି ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇପାରେ । ଶାର୍ଦ୍ଦୁଲ ଠାକୁରଙ୍କ ଠାରୁ ଉମେଶଙ୍କ ବଲ୍ ଅଧିକ ସ୍ପିଡ୍ ରୁହେ । ତେଣୁ ଜୋହାନ୍ସବର୍ଗରେ ଉମେଶଙ୍କ ବଲ୍ ବେଶ ପ୍ରଭାବିତ କରିପାରେ । ପ୍ରଥମ ଟେଷ୍ଟରେ ଶର୍ଦ୍ଦୁଲ ଠାଭୁର ୧୬ ଓଭର ବୋଲିଂକରି ୨ଟି ୱିକେଟ ନେବାକୁ ସକ୍ଷମ ହୋଇଥିଲେ । ବ୍ୟାଟିଂରେ ମଧ୍ୟ ବେଶ ପ୍ରଭାବିତ କରିପାରିନଥିଲେ । ପ୍ରଥମ ଇନିଂସରେ ୪ରନ ଏବଂ ଦ୍ୱିତୀୟ ୧୦ରନ କରିଥିଲେ ଶାର୍ଦ୍ଦୁଲ ଠାକୁର । ମୟଙ୍କ ଅଗ୍ରୱାଲ ଏବଂ ଲୋକେସ୍ ରାହୁଲ ଇନିଂସ ଓପନ୍ କରିବା ଏକ ପ୍ରକାର ସ୍ପଷ୍ଟ । ପୂର୍ବ ମ୍ୟାଚ୍ରେ ରାହୁଲ ଶତକୀୟ ଇନିଂସ ଖେଳିଥିଲେ । ତୃତୀୟରେ ଚେତେଶ୍ୱର ପୁଜାରାଙ୍କୁ ସୁଯୋଗ ମିଳିପାରେ । ଅବଶ୍ୟ ସେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତଥାପି ପୁଜାରାଙ୍କୁ ସୁଯୋଗ ଦେଇପାରେ ମ୍ୟାନେଜମେଂଟ । ଚତୁର୍ଥ ସ୍ଥାନରେ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନ ପକ୍କା ଅଛି । ପଂଚମ ସ୍ଥାନରେ ଅଜିଙ୍କ୍ୟ ରାହାଣେ, ୬ଷ୍ଠ ସ୍ଥାନରେ ଋଷଭ ପନ୍ତ ଖେଳିବା ଆପାତତ୍ ସ୍ପଷ୍ଟ । ତେବେ ଡେବ୍ୟୁ ମ୍ୟାଚ୍ରେ ଶତକ ହାସଲ କରିଥିବା ଶ୍ରେୟସ ଆୟରଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ରେ ସାମିଲ କରାଯାଇ ନାହିଁ । ହନୁମା ବିହାରୀଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନ୍ ସାମିଲ କରାଯିବା ମୁସ୍କିଲ । ୬ଷ୍ଠ ସ୍ଥାନରେ ଋଷଭ ପନ୍ତ ଖେଳିବା ଥୟ । ୭ମ ରେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରାଯାଇପାରେ । ୮ମ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ପରେ ମହମ୍ମଦ ସାମୀ, ଜଶପ୍ରୀତ ବୁମରାହ ଯୋଡି ପ୍ଲେଇଂ ଇଲେଭେନ୍ରେ ରହିବେ । ଏହି ସିରିଜ ପାଇଁ କେଏଲ ରାହୁଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳୀମାନେ ହେଲେ ଶିଖର ଧୱନ, ଋତୁରାଜ ଗାଏକ୍ୱାଡ,ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେସ ଆୟର, ଋଷଭ ପନ୍ତ, ଇଶାନ କିଷନ, ଯୁଜବେନ୍ଦ୍ର ଚହଲ, ଆର.ଅଶ୍ୱୀନ, ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା ଓ ଭୁବନେଶ୍ୱର କୁମାର । ଆହତ ଥିବା ରୋହିତଙ୍କୁ ପୂର୍ବରୁ ଟେଷ୍ଟ ସିରିଜରୁ ବି ବାଦ ଦିଆଯାଇଥିଲା । ଅନ୍ୟପକ୍ଷରେ ଦୀପକ ଚହର, ପ୍ରସିଦ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଷ୍ଟାଣ୍ଡବାଏ ଭାବେ ରଖାଯାଇଛି । ଆହତ ଥିବା ରୋହିତଙ୍କୁ ପୂର୍ବରୁ ଟେଷ୍ଟ ସିରିଜରୁ ବି ବାଦ ଦିଆଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଟିମ ଫିଜିଓ, ଜାତୀୟ କ୍ରିକେଟ ଏକାଡେମୀରେ ଥିବା ଫିଜିଓ ଓ ଖୋଦ ରୋହିତଙ୍କ ସହ ଆଲୋଚନା କରି ତାଙ୍କୁ ବିଶ୍ରାମ ଦିଆଯାଇଛି ।
ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍ : ଲୋକେସ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୁଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ହନୁମା ବିହାରୀ, ଉମେଶ ଯାଦବ/ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମୀ, ଜସପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜ ।