ଉତ୍ତରପ୍ରଦେଶରେ ଭାଜପା ଆଗୁଆ, ଟକ୍କର ଦେଉଛି ସପା
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଆଗୁଆ
ଲକ୍ଷ୍ନୌ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ପ୍ରାଥମିକ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ଭାଜପା ଆଗୁଆ ରହିଛି । ଉତ୍ତରପ୍ରଦେଶରେ ଭାଜପା ୧୦୦ ଟି ଆସନରେ ଅଗ୍ରଣୀ ହାସଲ କରିଥିବାବେଳେ ସମାଜବାଦୀ ପାର୍ଟି ମଧ୍ୟ ୫୮ ଟି ଆସନରେ ଅଗ୍ରଣୀ ରହିଛି। ଏଥି ସହିତ ବିଏସପି ୨ଟି ଏବଂ କଂଗ୍ରେସ ଗୋଟିଏ ସିଟରେ ଆଗୁଆ ରହିଛି।
ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଯଥେଷ୍ଟ ଆଗରେ ଥିବା ଜଣାଯାଇଛି। ଏଣେ ସବୁଠାରୁ ବଡ଼ କଥା ଯେ ଲଖମିପୁର ଖେରି ଅଞ୍ଚଳରେ ଥିବା ସବୁ ଆସନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଥିବାର ସୂଚନା ମିଳିଛି। ସୂଚନା ଯେ, ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି (ଗୁରୁବାର) ଜଣାପଡ଼ିବ। ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। କିଏ କେତେ ଆସନ ଜିତିବ, ଏସଂକ୍ରାନ୍ତ ପ୍ରାରମ୍ଭିକ ସୂଚନା ଦିନ ୧୦ଟାରୁ ମିଳିବା ଆାରମ୍ଭ ହେବ। ସନ୍ଧ୍ୟା ୫ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ।