ଭିଜିଲାନ୍ସ ଜାଲରେ ପିଇଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ଜାରି
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପିଇଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ବେହେରାପାଲି ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୀଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଗୁରୁବାର ଏକକାଳୀନ ୩ଟି ସ୍ଥାନରେ ୩ଟି ଟିମ୍ ଚଢାଉ କରିଛନ୍ତି।
ଜଣେ ଡିଏସପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଏହି ଚଡାଉରେ ସାମିଲ ଅଛନ୍ତି। ଚଢାଉ ସମୟରେ ଏକ ଦୁଇ ମହଲା ଘର, ଗୋଟିଏ ପ୍ଲଟ୍ ଏବଂ ନଗଦ ୬୯ ହଜାର ଟଙ୍କା ଠାବ କରାଯାଇଛି। ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ କରୁଛି ଭିଜିଲାନ୍ସ । ବ୍ୟାଙ୍କ୍ ପାସ୍ବୁକ୍ର ମଧ୍ୟ ଯାଞ୍ଚ ଚାଲିଛି । ତେବେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ଅଧିକ ଖୋଳତାଡ଼ ଜାରି ରହିଛି ।