ସଂଘର ନାମରେ ମିଛ ପତ୍ର କରାଯାଉଛି ଭାଇରାଲ୍
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏକ ପତ୍ର ଯେଉଁଥିରେ ହିନ୍ଦୁଙ୍କୁ ମୁସଲମାନ ମହିଳାଙ୍କ ସହିତ ବିବାହ କରି ତାଙ୍କୁ ଧର୍ମାନ୍ତରଣ କରିବାକୁ କୁହାଯାଇଛ, ତାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମିଥ୍ୟା ବୋଲି କହିଛି ।ପତ୍ରକୁ ସ୍ପଷ୍ଟ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନାମରେ ସୋସିଆଲ ମିଡିଆରେ ଚାଲୁଥିବା ଏହି ପତ୍ର ସମ୍ପୂର୍ଣ୍ଣ ମିଛ । ଉଲ୍ଲେଖନୀୟ ଯେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏହି ପତ୍ରକୁ ଆଧାର କରି ସଂଘକୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା ।