ଗତ ୨୪ ଘଂଟାରେ ମୟୁରଭଂଜ ପୋଲିସ ଆଦାୟ କଲା ୯୧,୪୦୦ ଟଙ୍କା ଜୋରିମାନା
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ମୟୁରଭଂଜ ଜିଲା ପୋଲିସ ମୟୁରଭଂଜ ଜିଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲା ପୋଲିସ ସମୁଦାୟ ୯୧ ହଜାର ୪ ଶହ ଟଙ୍କା ଜୋରିମାନା ଆଦାୟ କରବା ସହିତ ୬ ଜଣଙ୍କ ଡିଏଲ କ୍ୟାନସେଲ କରିଛି ।
ଏହା ସହିତ ଜିଲାରେ ୬ ଜଣଙ୍କ ନାମରେ ୬ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି । ସମୁଦୟ ଜିଲାରୁ ୨ ଜଣ ମଦପାନ କରି ଚଲାଉଥିବା ଅପରାଧରେ ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଏ ସଂପର୍କରେ ମୟୁରଭଂଜ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଛନ୍ତି ।