ଗତ ୨୪ ଘଣ୍ଟରେ ମୟୁରଭଞ୍ଜ ପୋଲିସ ଦ୍ୱାରା ୬୯ ହଜାରରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ମୟୁରଭଞ୍ଜ : ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ପୋଲିସ ମୟୁରଭଞ୍ଜ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୬୯ ହଜାର ୬୦୦ ଟଙ୍କା ଜୋରିମାନା ଆଦାୟ କରିଛି । ଏହା ସହିତ ଗାଡି ଚେକିଂ ବେଳେ ୨ ଜଣ ନିୟମ ଉଲଙ୍ଘନ କାରୀଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଉଅଛି । ଏହା ସହିତ ମଦ ପାନ କରି ଗାଡି ଚଲାଉଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଜିଲ୍ଲାରେ ୮ ଜଣଙ୍କ ନାମରେ ୮ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି ବୋଲି ଏ ସଂପର୍କରେ ମୟୁରଭଞ୍ଜ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।