ଦେଶରେ ଗତ ୨୪ ଘଂଟାରେ କରୋନାର ୧୦,୧୫୮ ନୂଆ ରୋଗୀ ଚିହ୍ନଟ

Mumbai: A healthcare worker collects swab sample of a passenger for Covid-19 test, at Dadar railway station, in Mumbai, Friday, January 28, 2022. (PTI Photo)(PTI01_28_2022_000133B)
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଂଟା ମଧ୍ୟରେ କରୋନାର ୧୦,୧୫୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଅବଧିରେ ୫,୩୫୬ ରୋଗୀ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ଦିନ ଜାରୀ କରା ଯାଇଥିବା ତଥ୍ୟ ଅନୁସାରେ ଏହା ସହିତ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢି ୪୪,୯୯୮ ହୋଇ ଯାଇଛି । ଗତ ୨୪ ଘଂଟାରେ ୨,୨୯,୯୫୮ ଲୋକଙ୍କର କରୋନା ପରୀକ୍ଷଣ କରା ଯାଇଛି ।