ପଶ୍ଚିମବଙ୍ଗର ପ୍ରତ୍ୟେକ ଜିଲ୍ଲାରେ ଦୁଇ ହସ୍ପିଟାଲ କରୋନା ଡେଡିକେଟେଡ ରହିବ
କୋଲକାତା : ପଶ୍ଚିମବଙ୍ଗ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଦୁଇ ରାଜକୀୟ ହସ୍ପିଟାଲକୁ କରୋନା ଡେଡିକେଟେଡ କରିବାର ନିଷ୍ପତି ନେଇଛନ୍ତି । କରୋନାର ନୂଆ ଭାରିଏଂଟ ବିଏଫ୍-୭ର କ୍ଷୀପ୍ର ସଂକ୍ରମଣକୁ ରୋକିବାକୁ ଦୃଷ୍ଟିରେ ରଖି ବଡ଼ ସ୍ତରରେ ଉପରେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ସମିତିର ନିର୍ଦ୍ଦେଶକ ଏସ୍ ନିୟୋଗି କହିଛନ୍ତି ଯେ ପଶ୍ଚିମବଙ୍ଗରେ ଏବେ ପର୍ଯ୍ୟନ୍ତ ରାଜ୍ୟର ମୂଳ ନିବାସୀଙ୍କ ମଧ୍ୟରେ ଗୋଟିଏ ବି ସଂକ୍ରମଣର ମାମଲା ଆଗକୁ ଆସିନାହିଁ । ଏଥିପାଇଁ ବର୍ତମାନ ଚିନ୍ତାର କୌଣସି କଥା ନାହିଁ, କିନ୍ତୁ ପ୍ରସ୍ତୁତି ପୂର୍ବରୁ କରାଯାଉଛି ।