ବିହାରରେ ମେ’ ୨୫ ଯାଏଁ ବଢିଲା ଲକ୍ଡାଉନ୍
ପାଟନା : ବିହାରରେ ଆସନ୍ତା ୧୦ ଦିନ ଅର୍ଥାତ୍ ୧୬ରୁ ୨୫ମେ’ ୨୦୨୧ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରକୃତରେ ରାଜ୍ୟ ସରକାର ଲକଡାଉନ୍ ର ସକରାତ୍ମକ ପ୍ରଭାବକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରି କହିଛନ୍ତି ଯେ, ମନ୍ତ୍ରୀ ଏବଂ ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ବିହାରରେ ଲାଗୁ ହୋଇଥିବା ଲକଡାଉନ୍ ସ୍ଥିତିର ସମୀକ୍ଷା କରାଯାଇଥିଲା । ଲକଡାଉନ୍ ର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ତେଣୁ ବିହାରରେ ଆସନ୍ତା ୧୦ ଦିନ ଅର୍ଥାତ୍ ୧୬ରୁ ୨୫ ମେ’ ୨୦୨୧ ପର୍ଯ୍ୟନ୍ତ ଲକଡାଉନ୍ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଯେ, ବର୍ଦ୍ଧିତ ଲକଡାଉନ୍ ପାଇଁ କ’ଣ ନିୟମ ରହିବ ତାହା ରାଜ୍ୟ ମୁଖ୍ୟ ସଚିବ, ବିକାଶ ଆୟୁକ୍ତ, ପୋଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗର ମୁଖ୍ୟ ସଚିବ ଅପରାହ୍ନ ୪ଟା ବେଳେ ଆୟୋଜିତ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିବେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ଏନେଇ ଇସାରାରେ ଲକଡାଉନ୍ ବଢିବା ନେଇ ସୂଚନା ଦେଇଦେଇଥିଲେ ।