ଭୁବନେଶ୍ୱରରେ ୧୧୦ରେ ପହଞ୍ଚିଲା ପେଟ୍ରୋଲ ଦର
ନୂଆଦିଲ୍ଲୀ : ଦେଶରେ ଲଗାତର ତୈଳ ଦରର ବୃଦ୍ଧି ରେକର୍ଡ କରାଯାଉଛି । ଯାହା ଦ୍ୱାରା ସାଧାରଣ ଜନତାଙ୍କ ବୋଝ ବଢ଼ି ବଢ଼ି ଚାଲିଛି । ମଙ୍ଗଳବାର ଅର୍ଥାତ ସେପ୍ଟେମ୍ୱରର ୨ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ର ନୂଆ ଦର ଜାରି କରିଦେଇଛନ୍ତି । ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ଘଟିଥିବା ବେଳେ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଇଣ୍ଡିଆନ ଅଏଲ କୋର୍ପୋରେଶନ ଅନୁଯାୟୀ ସୋମବାର ଦିଲ୍ଲୀରେ ପେଟ୍ରୋଲ ୧୧୦.୦୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୮.୪୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ଘଟିଛି । ସବୁଠାରୁ ବଡ଼ କଥା ହେଲା ୩୫ପଇସା ବୃଦ୍ଧି ସହ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୧୦.୬୯ଟଙ୍କାରେ ପହଞ୍ଚିଛି। ଏହା ସହ ଡିଜେଲ ଲିଟର ପିଛା ୧୦୭.୩୯ଟଙ୍କା ରହିଛି। ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୯୦ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୧୧୨.୩୯ଟଙ୍କା ରହିଛି।
ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜମ୍ମୁ କଶ୍ମୀର ଏବଂ ଲଦାଖରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି । ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୧୦.୦୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୧୫.୮୫ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୧୦.୪୯ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୬.୬୬ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୧.୦୬ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୧୩.୯୩ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୧୭.୪୫ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୧୩.୭୯ ଓ ତିଭେନ୍ଦ୍ରମରେ ୧୧୨.୪୩ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ୧୦୬.୮୨ ଟଙ୍କା ଦରରେ ବିକ୍ରି ହେଉଛି । ଗୁରୁଗ୍ରାମରେ ପେଟ୍ରୋଲ ୧୦୭.୬୧ ଟଙ୍କା ଓ ନୋଏଡାରେ ପେଟ୍ରୋଲ ୧୦୭.୨୦ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ଚଣ୍ଡିଗଡ଼ରେ ପେଟ୍ରୋଲ ୧୦୫.୯୪ ଓ ହାଇଦ୍ରାବାଦରେ ୧୧୪.୪୯ ଟଙ୍କା ରହିଛି । ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୯୮.୪୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୧୦୬.୬୨ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୧୦୧.୫୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୧୦୨.୫୯ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୧୦୭.୩୯ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ବେଙ୍ଗାଲୁରୁରେ ଡିଜେଲ ୧୦୪.୫୦ ଟଙ୍କା ଓ ହାଇଦ୍ରାବାଦରେ ୧୦୭.୪୦ ଟଙ୍କା ଦରରେ ମିଳୁଛି । ଜୟପୁରରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୮.୩୯ ଟଙ୍କା ରହିଥିବା ବେଳେ ପାଟନାରେ ଏହା ୧୦୫.୦୭ ଟଙ୍କାରେ ମିଳୁଛି । ତିଭେନ୍ଦ୍ରମରେ ମଧ୍ୟ ଡିଜେଲ ମୂଲ୍ୟ ଲିଟର ପିଛା ୧୦୫.୮୫ ଟଙ୍କାରେ ପହଞ୍ଚିଛି ।