୧୮ରେ ମାଲକାନଗିରି ଓ କୋରାପୁଟ ଜିଲା ବନ୍ଦ ଡାକରା ଦେଲେ ମାଓବାଦୀ
ମାଲକାନଗିରି : କୋରାପୁଟ ଜିଲା ବୈପାରିଗୁଡା ମାଲିପଦର ଏନକାଉଂଟର ଘଟଣାକୁ ନେଇ ମୁହଁ ଖୋଲିଲେ ମାଓ ସଂଗଠନ । ଏହି ଏନକାଉଣ୍ଡର ମିଥ୍ୟା ବୋଲି ମାଓ ସଂଗଠନ ପକ୍ଷରୁ ଦାବି କରାଯାଇଥିବାବେଳେ ପ୍ରତିବାଦରେ ଆଗାମୀ ୧୮ ତାରିଖ ମାଲକାନଗିରି ଓ କୋରାପୁଟ ଜିଲା ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ ।
ମିଳିଥିବା ସୂଚନା ମୁତାବକ ମାଲକାନଗିରି – କୋରାପୁଟ ବର୍ଡର ଡିଭିଜନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଓ ଅଡିଓ ଟେପ୍ ଜାରି କରି କୁହାଯାଇଛି ଯେ ପୁଲିସ ଗୁଳିରେ ପ୍ରାଣ ହରାଇଥୁବା ଦୁଇ ବ୍ୟକ୍ତିଙ୍କର ମାଓ ସଂଗଠନ ସହ କୌଣସି ସମ୍ପର୍କ ନଥିଲା । ଉଭୟ ଶ୍ରମିକ ଭାବେ କାମ କରୁଥିଲେ । ପୁରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି ସଂଗଠନ ପ୍ରବକ୍ତା ।