ଗୁରୁତ୍ୱପୂର୍ଣ୍ଣ ସୂଚନା : ଆଧୁନିକୀକରଣ କାର୍ଯ୍ୟ ପାଇଁ ୬ ଟ୍ରେନ୍ ବାତିଲ୍
ଭୁବନେଶ୍ୱର : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ବେଲପାହାର୍ ଏବଂ ହିମଗୀର୍ ରେଳ ବିଭାଗ ମଧ୍ୟରେ ଚତୁର୍ଥ ଲାଇନ ସଂଯୋଗ କାର୍ଯ୍ୟକ୍ଷମ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୦୬ ଯୋଡ଼ା ଟ୍ରେନ୍ ବାତିଲ୍ ରହିବ ।
୨୦୯୧୭/୨୦୯୧୮ ଇନ୍ଦୋର – ପୁରୀ – ଇନ୍ଦୋର ଏକ୍ସପ୍ରେସ ଟ୍ରେନ୍ ତା ୭ ଡିସେମ୍ବରରେ ଇନ୍ଦୋରରୁ ଏବଂ ତା ୯ ଡିସେମ୍ବର ୨୦୨୧ ରେ ପୁରୀ ରୁ ବାତିଲ୍ ରହିବ ।ସେହିପରି ୨୨୯୦୯/୨୨୯୧୦ ଭାଲସାଡ – ପୁରୀ – ଭାଲସାଡ ସୁପରଫାଷ୍ଟ ଟ୍ରେନ୍ ଭାଲସାଡରୁ ତା ୯ ଡିସେମ୍ବରରେ ଏବଂ ତା ୧୨ ଡିସେମ୍ବର ୨୦୨୧ ରେ ପୁରୀରୁ , ୨୦୪୭୧/୨୦୪୭୨ ବିକାନେର – ପୁରୀ – ବିକାନେର ଏକ୍ସପ୍ରେସ ଟ୍ରେନ ୫ ଡିସେମ୍ବରରେ ବିକାନେର ଜଙ୍କସନରୁ ଏବଂ ୮ ଡିସେମ୍ବର ୨୦୨୧ ରେ ପୁରୀରୁ ,୨୨୮୬୬/୨୨୮୬୫ ପୁରୀ – ଲୋକାମାନ୍ୟତିଳକ – ପୁରୀ ସୁପରଫାଷ୍ଟ ଟ୍ରେନ୍ ୭ ଡିସେମ୍ବରରେ ପୁରୀରୁ ଏବଂ ୯ ଡିସେମ୍ବର ୨୦୨୧ ରେ ଲୋକାମାନ୍ୟତିଳକରୁ , ୧୨୮୮୦/୧୨୮୭୯ ଭୁବନେଶ୍ୱର – ଲୋକାମାନ୍ୟତିଳକ – ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ ଭୁବନେଶ୍ୱର ଠାରୁ ୬ ଓ ୯ ଡିସେମ୍ବର ଏବଂ ଲୋକାମାନ୍ୟତିଳକରୁ ୮ ଓ ୧୧ରେ ବାତିଲ ରହିବ । ସେହିପରି ୨୦୮୦୭/୨୦୮୦୮ ବିଶାଖାପାଟନମ – ଅମୃତସର – ବିଶାଖାପାଟନମ ସୁପରଫାଷ୍ଟ ଟ୍ରେନ୍ ବିଶାଖାପାଟନମରୁ ୬ ଏବଂ ୯ ଡିସେମ୍ବରରେ ଏବଂ ଅମୃତସରରୁ ୮ ଏବଂ ୧୧ ଡିସେମ୍ବରରେ ବାତିଲ୍ ରହିବ ।