ଧନ୍ତେରସ୍ରେ ସୁନା କିଣିବାକୁ ଚିନ୍ତା କରୁଥିଲେ ଏ ସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ …..

ଆଜି ଧନ୍ତେରସ୍ । ଧନ୍ତେରସ୍ରେ ସୁନା କିଣିଲେ ଘରକୁ ମା’ ଲକ୍ଷ୍ମୀ ଆସନ୍ତି ଏବଂ ପରିବାରରେ ସୁଖଶାନ୍ତି ବଢ଼େ ବୋଲି ବିଶ୍ୱାସ ରହିଛି। ସୁନା ଦର ଉଚ୍ଚା ଥିଲେ ମଧ୍ୟ ଧନ୍ତେରସ୍ ପାଇଁ ସୁନାବିକ୍ରି ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଧନ୍ତେରସ୍ ଅବସରରେ ଦୋକାନରେ ବି ଜୋରଦାର ଅଫର । ଦିଆଯାଉଛି ଭଳିକି ଭଳି ରିହାତି ।
କିଛି ଗ୍ରାହକ ବିଭିନ୍ନ ସୁନା ଦୋକାନ ବୁଲି ମନପସନ୍ଦର ଗହଣା ଠାବ କରିସାରିଛନ୍ତି ତ ଆଉ କିଏ କେଉଁ ଦୋକାନରୁ କିଣିବେ ସେକଥା ସ୍ଥିର କରିଛନ୍ତି । ଆଉ କିଛି ଆଗୁଆ ବରାଦ ଦେଇ ଆସିଥିଲେ । ଧନ୍ତେରସ୍ ଦିନ ସୁନା କିଣି ଘରକୁ ଆଣିବେ । ଧନ୍ତେରସ୍ରେ ସୁନା, ରୁପା ଓ ହୀରା ଅଳଙ୍କାର କିଣିବା ଲାଗି ଲୋକେ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି ।
ପରମ୍ପରାରେ ଧନ୍ତେରସ୍କୁ ଏକ ବଡ଼ ପର୍ବ ହିସାବରେ ପାଳନ କରାଯାଏ । ସୁନା କିଣିବା ସହିତ ଏହି ଦିନ ସୁନା ଦାନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । ଗ୍ରାହକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ସୁନା ଦୋକାନୀମାନେ ବିଭିନ୍ନ ରକମର ସୁନା ଗହଣା ଦୋକାନରେ ଭର୍ତ୍ତି କରିଛନ୍ତି ।
ଏ ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ …..
ଶୁଦ୍ଧତା ଯାଞ୍ଚ କରନ୍ତୁ :
ସୁନାର ଶୁଦ୍ଧତା ମୁଖ୍ୟତଃ କ୍ୟାରେଟରେ ମପା ଯାଇଥାଏ । ୨୪ କ୍ୟାରେଟ୍ ଗୋଲ୍ଡକୁ ୯୯.୦୯ ପ୍ରତିଶତ ଶୁଦ୍ଧ ମାନୁଥିବାବେଳେ ୨୨ କ୍ୟାରେଟକୁ ୯୨ ପ୍ରତିଶତ ଶୁଦ୍ଧ ସୁନା ବୋଲି ଗଣାଯାଏ । ସୁନାର ଶୁଦ୍ଧତା ଯାଞ୍ଚ ପୂର୍ବରୁ ସୁନା କିଣନ୍ତୁ ନାହିଁ । ସୁନା କିଣିବା ପୂର୍ବରୁ ହଲମାର୍କର ଯାଞ୍ଚ ନିଶ୍ଚିତ ରୁପେ କରାନ୍ତୁ ।
ହଲମାର୍କ ଚେକ୍ କରିବାକୁ ଭୂଲନ୍ତୁ ନାହିଁ :
ସୁନା କିଣିବା ପୂର୍ବରୁ ନିରପତ୍ତା ଦୃଷ୍ଟିରୁ ହଲମାର୍କ ଯାଞ୍ଚ କରନ୍ତୁ । ସୁନା ଉପରେ ହଲମାର୍କ ଚିହ୍ନ ସୁନାର ସୁଦ୍ଧତାକୁ ଦର୍ଶାଇଥାଏ । ଯଦି ସୁନାର କୌଣସି ଅଂଶରେ ବିଆଇଏସର ଚିହ୍ନ ଅଛି ତେବେ ଆପଣ ନିଶ୍ଚିତ ହୋଇ ସୁନା କିଣି ପାରିବେ ।
ଗୋଲ୍ଡ ଜୁଏଲାରୀ ଉପରେ ଲାଗୁଥିବା ଅଲଗା ଚାର୍ଜ ଜାଣନ୍ତୁ :
ସୁନା କିଣୁଥିବା ସମୟରେ ମଧ୍ୟ ଆପଣ ଏ ସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ସୁନା କିଣିଲା ବେଳେ କେବଳ ସୁନାର ଦର ସହ ଆପରଙ୍କୁ ଅଳଙ୍କାରର ମେକିଂ ଚାର୍ଜ ମଧ୍ୟ ଦେବାକୁ ପଡିବ । ସୁନାର ମୂଲ୍ୟ ଉପରେ ଆପଣଙ୍କୁ ୩ ପ୍ରତିଶତ ଜିଏସଟି ଦେବାକୁ ପଡୁଥିବାବେଳେ ମେକିଂ ଚାର୍ଜ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ ।