କେନ୍ଦ୍ର ଚାହିଁଲେ ପେଟ୍ରୋଲ ଦାମ୍ ପ୍ରତି ଲିଟର ପିଛା ୧୪ ଟଙ୍କା ପର୍ଯ୍ୟନ୍ତ କମ୍ କରିପାରିବେ- କଂଗ୍ରେସ
ନୂଆଦିଲ୍ଲୀ : କଂଗ୍ରେସ କହିଛି ଯେ କେନ୍ଦ୍ର ସରକାର ଚାହିଁଲେ ପେଟ୍ରୋଲ ଦାମ୍ ୧୪ଟଙ୍କା ପର୍ଯ୍ୟନ୍ତ ପ୍ରତି ଲିଟର କମ୍ କରିପାରେ । କିନ୍ତୁ ମୋଦୀ ସରକାରଙ୍କୁ ସାଧାରଣ ଲୋକଙ୍କ ସ୍ୱାର୍ଥର ଚିନ୍ତା ନାହିଁ । କଂଗ୍ରେସ ପ୍ରବକ୍ତା ଗୌରବ ବଲ୍ଲଭ ମଙ୍ଗଳବାର ଦିନ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ପ୍ରେସ୍ବାର୍ତାରେ କହିଛନ୍ତି ଯେ ମଇ ୨୦୨୨ରୁ ଏବେ ପର୍ଯ୍ୟନ୍ତ ଅଶୋଧିତ ତୈଳର ଦର ୩୨ ଡଲାର ପ୍ରତି ବ୍ୟାରେଲ ପର୍ଯ୍ୟନ୍ତ କମ୍ ହୋଇଛି, କିନ୍ତୁ ମୋଦୀ ସରକାର ପେଟ୍ରୋଲର ଦାମ୍ କମ୍ କରାଯିବ । ଗୌରବ କହିଛନ୍ତି ଯେ ଦେଶରେ ଦରଦାମ ବୃଦ୍ଧି ଚରମରେ । ଅର୍ଥବ୍ୟବସ୍ଥା ପସ୍ତ ହେବାକୁ ଯାଉଛି କିନ୍ତୁ କେନ୍ଦ୍ର ସରକାରଙ୍କୁ କୌଣସି ପରବାହ ନାହିଁ ।