ଆଇସିସି ଟି-୨୦ ଏକାଦଶ: ମହିଳାରେ ଏକମାତ୍ର ଭାରତୀୟ ଖେଳାଳି ମାନ୍ଧାନା
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ (ଆଇସିସି) ପକ୍ଷରୁ ୨୦୨୧ ବର୍ଷ ପାଇଁ ଆଇସିସି ମହିଳା ଟି-୨୦ ଏକାଦଶ ଦଳ ମନୋନୟନ କରାଯାଇଛି। ଦଳରେ ଏକମାତ୍ର ଭାରତୀୟ ଭାବେ ବାମହାତି ଓପ୍ନର ସ୍ମୃତି ମାନ୍ଧାନା ସ୍ଥାନ ପାଇଛନ୍ତି। ଇଂଲଣ୍ଡର ନାତାଲି ସ୍କାଇଭର ଅଧିନାୟିକା ରହିଥିବା ବେଳେ ଆମି ଜୋନ୍ସ ୱିକେଟ ରକ୍ଷକ ଭାବେ ଏକାଦଶରେ ସ୍ଥାନ ପାଇଛନ୍ତି। ଦଳରେ ଜଣେ ମାତ୍ର ଭାରତୀୟ ଖେଳାଳି ସ୍ଥାନ ପାଇଥିବା ବେଳେ ଇଂଲଣ୍ଡରୁ ଏକାଧିକ ଖେଳାଳି ସ୍ଥାନ ପାଇଛନ୍ତି। ମାନ୍ଧାନା ୨୦୨୧ରେ ଟି-୨୦ କ୍ରିକେଟରେ ଭାରତର ସର୍ବାଧିକ ରନ ସ୍କୋରର ରହିଥିଲେ। ସେ ୯ଟି ମ୍ୟାଚ ଖେଳି ୩୧.୮୭ ଆଭ୍ରେଜେର ୨୫୫ ରନ କରିଥିଲେ; ଯେଉଁଥିରେ ୨ଟି ଅର୍ଦ୍ଧଶତକ ରହିଥିଲା। ଇଂଲଣ୍ଡର ଟମି ବ୍ୟୁମଣ୍ଟ ୯ଟି ମ୍ୟାଚ ଖେଳି ୩୦୩ ରନ କରିଥିବା ବେଳେ ଡାନି ୱେଟ୍ ୨୫୨ ରନ କରିଛନ୍ତି। ଉଭୟେ ଏକାଦଶରେ ଓପନର ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ପାଇଛନ୍ତି।
ଆଇସିସି ମହିଳା ଟି-୨୦ ଏକାଦଶ : ସ୍ମୃତି ମାନ୍ଧାନା, ଟାମି ବ୍ୟୁମଣ୍ଟ, ଡାନି ୱେଟ୍, ଗ୍ରାବି ଲୁଇସ, ନାତାଲି ସ୍କାଇଭର (ଅଧିନାୟିକା), ଆମି ଜୋନ୍ସ (ୱିକେଟ ରକ୍ଷକ), ଲୌରା ଓଲଭାଡେଟ୍, ମାରିଜେନ୍ କାପ୍, ସୋଫିଆ ଇକ୍ଲେଷ୍ଟୋନ, ଲୋରେନ ଫିରି ଓ ସବ୍ନିମ୍ ଇସ୍ମାଇଲ।