ଦେଶରେ ଖୋଲିବ ଆଉ ଦୁଇଟି ନୂଆ ବ୍ୟାଙ୍କ !
ମୁମ୍ବାଇ: ଦେଶରେ ଖୁବ୍ ଶୀଘ୍ର ଖୋଲିପାରେ ଆଉ ଦୁଇଟି ନୂଆ ବ୍ୟାଙ୍କ । ଦୁଇଟି ଫାଇନାନସିଆଲ କମ୍ପାନୀ ବ୍ୟାଙ୍କ ଭାବେ କାର୍ଯ୍ୟ କରିବା ପାଇଁ ଲାଇସେନ୍ସ ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କୁ ନିବେଦନ କରିଛନ୍ତି। ଲାଇସେନ୍ସ ମିଳିଲେ ଏହି କମ୍ପାନୀମାନେ ଦେଶରେ ବ୍ୟାଙ୍କ ଭାବେ କାମ କରିବା ଆରମ୍ଭ କରିପାରନ୍ତି। ଏ ସମ୍ପର୍କରେ ଆରବିଆଇଙ୍କ ସୂତ୍ରରୁ ମିଳୁଥିବା ସୂଚନାରେ କସମିଆ ଫାଇନାନସିଆଲ ହୋଲ୍ଡିଂସ ପ୍ରାଇଭେଟ ଲିମିଟେଡ ଓ ଟାଲି ସଲ୍ୟୁସନସ୍ ହୋଲ୍ଡିଂସ ପ୍ରାଇଭେଟ ଲିମିଟେଡ ବ୍ୟାଙ୍କ ଭାବେ କାର୍ଯ୍ୟ କରିବା ପାଇଁ ଆବେଦନ କରିଛନ୍ତି।
ସୂଚନା ଯେ, ଭାରତରେ କସମିଆ ଫାଇନାନସିଆଲ ହୋଲ୍ଡିଂସ ୨୪ ନଭେମ୍ବର ୨୦୨୦ରେ କମ୍ପାନୀ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ମୁମ୍ବାଇରେ ରେଜିଷ୍ଟ୍ରାର ଅଫ କମ୍ପନିଜରେ ପଞ୍ଜିକରଣ କରିଥିବା ଏହି ସଂସ୍ଥା ଘରୋଇ କମ୍ପାନୀ ଭାବେ କାର୍ଯ୍ୟ କରୁଛି। ସେହିପରି ୮ ନଭେମ୍ବର ୧୯୯୧ରେ ଟାଲି ସର୍ଭିସେସ ସଲ୍ୟୁସନସ୍ ବେଙ୍ଗାଲୁରୁସ୍ଥିତ ରେଜିଷ୍ଟ୍ରାର ଅଫ କମ୍ପନିଜରେ ପଞ୍ଜିକରଣ କରାଇଥିବା ବେଳେ ବିଶେଷ କରି ସଫ୍ଟୱେର ପବ୍ଲିକେସନ, କନସଲଟାନ୍ସି ସପ୍ଲାୟର ଭାବେ କାର୍ଯ୍ୟ କରୁଛନ୍ତି।