ମାଣବସା ଗୁରୁବାର ପ୍ରଥମ ପାଳି ! କରନ୍ତୁ ଏହି କାମ, ଘରେ ବର୍ଷ ସାରା ହେବ ଧନର ବର୍ଷା
ଓଡ଼ିଶାରେ ମାର୍ଗଶୀର ମାସରେ ପ୍ରତି ଗୁରୁବାର ଦିନ ମାଣବସା ଗୁରୁବାର ଓଷା ପାଳନ କରାଯାଏ। ଓଡ଼ିଶାରେ ସବୁ ଓଷା ଭିତରୁ ମାର୍ଗଶିର ମାସରେ ଗୁରୁବାର ଓଷା ଅନ୍ୟତମ। ଗୁରୁବାର ଓଷା ଓଡ଼ିଶାର କଳା ସଂସ୍କୃତି ଖାଦ୍ୟ ପେୟ ଆନନ୍ଦ ଉତ୍ସ୍ୟବ ଏବଂ ସରଳ ବିଶ୍ୱାସର ଗୋଟିଏ ଶ୍ରେଷ୍ଠ ଉଦାହରଣ। ସେଥିପାଇଁ ବ୍ରାହ୍ମଣ ଠାରୁ ଆରମ୍ଭ କରି ଚଣ୍ଡାଳ ଯାଏଁ ସମସ୍ତଙ୍କ ଘରେ ଏହି ଓଷା ପାଳିତ ହୁଏ। ଏବଂ ମାର୍ଗଶୀର ମାସର ୪ ପାଳି ବା ୫ ପାଳି ମାଣ ବସାଯାଏ।
ଏହି ଓଷାର ଇଷ୍ଟ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ। ଯିଏ ସମସ୍ତ ଲକ୍ଷଣର ଅଧିକାରିଣୀ। ସୁଖ ସମୃଦ୍ଧି ବୈଭବ ପ୍ରଦାନ କାରୀ ସେ ହେଉଛନ୍ତି ମା ଲକ୍ଷ୍ମୀ। ଏବଂ ଏହି ଦିନ ମାଣ ବସାଯାଏ। ଏବଂ ମାଣ ହେଉଛି ମା ଲକ୍ଷ୍ମୀଙ୍କର ପ୍ରତୀକ। ସେଥିପାଇଁ ମାର୍ଗଶୀର ମାସର ୪ ପାଳି ବା ୫ ପାଳିରେ ଯେଉଁ ମାଣକୁ ବସାଯାଏ ତାକୁ ମାଣ ବସା ପାଳି କୁହାଯାଏ ଏବଂ ଯେଉଁ ପାଳିରେ ମାଣକୁ ବିସର୍ଜନ କରାଯାଏ ତାହାକୁ ମାଣ ଉଠାଇବା ପାଳି କୁହାଯାଏ। ଏବଂ ଏହି ମାଣବସା ସମସ୍ତ ପାଳି ମଧ୍ୟରୁ ଅଦ୍ୟ ଗୁରୁବାର ମାର୍ଗଶୀର ମାସରେ ହେଉଛି ପ୍ରଥମ ଏବଂ ପ୍ରଧାନ। ତେଣୁ ମାର୍ଗଶୀର ମାସର ପ୍ରଥମ ଗୁରୁବାର ପାଳି ମା ଲକ୍ଷ୍ମୀ ଉଦେଶ୍ୟରେ ଧାନ ମାଣକୁ ତାଙ୍କର ପ୍ରତୀକ ଭାବେ ଗ୍ରହଣ କରି ବସାଯାଏ। ଏବଂ ଏହି ମାଣବସାର ପ୍ରଥମ ଗୁରୁବାର ପାଳି ଠାରୁ ୪ ପାଳି ବା ୫ ପାଳି ଧରି ମା ମହା ଲକ୍ଷ୍ମୀଙ୍କୁ ବିଧି ବିଧାନର ସହିତ ମାଣବସା ପାଳିକୁ ପାଳନ କରାଯାଏ।
ଶାସ୍ତ୍ରରେ କୁହାଯାଇଛି ମାର୍ଗଶୀର ମାସ ହେଉଛି ଶ୍ରେଷ୍ଠ ମାସ। ତେଣୁ ଏହି ମାର୍ଗଶୀର ମାସଟି ମା ଲକ୍ଷ୍ମୀଙ୍କୁ ସମର୍ପିତ। ତେଣୁ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ପୂର୍ବରୁ ଘର ଦ୍ୱାର ଲିପା ପୋଛା କରି ଭଲ ଭାବରେ ପରିଷ୍କାର କରି ଅରୁଆ ଚାଉଳର ପିଠଉରେ ଚିତା ପକାଯାଏ କାରଣ ମା ଲକ୍ଷ୍ମୀଙ୍କୁ ପରିଷ୍କାର ସ୍ୱଚ୍ଛର ପ୍ରତୀକ। ସେଥିପାଇଁ ଘର ଦ୍ୱାର ଅଗଣାକୁ ଲିପା ପୋଛା କରି ସ୍ୱଚ୍ଛ କରାଯାଏ । ନୂଆ ଅରୁଆ ଚାଉଳର ପିଠଉରେ ଚିତା ପକାଯାଏ। ହାତୀ ସୁଆ ଧାନ ସୀସା ଏହି ସବୁର ଚିତ୍ରକୁ କାନ୍ଥରେ ଅଙ୍କାଯାଏ। ମା ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଗେରୁଆ ରଙ୍ଗ କିମ୍ବା ହଳଦିଆ ରଙ୍ଗର ଲେପ ଉପରେ ଅରୁଆ ଚାଉଳ ପିଠଉରେ ଚିତା ପକାଯାଏ। ଘରର ଦ୍ୱାର ଠାରୁ ଆରମ୍ଭ କରି ଘର ଭିତରେ ପ୍ରତ୍ୟକ କବାଟ ପାଖରେ କିମ୍ବା ଠାକୁର ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଚିତା କଟାଯାଇଥାଏ ଏବଂ ମା ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର ଡାଳ ପତ୍ର ପୁଷ୍ପ ଏବଂ ପଦ୍ମର ଝୁଣ୍ଟି ମଧ୍ୟ ପକାଯାଏ। ଏହି ମାର୍ଗଶୀର ମାସ ହେଉଛି ଧାନ ଅମଳର ସମୟ। ତେଣୁ ଗାଁ ମାନଙ୍କରେ ଖଳାରେ ଧାନ ଆଣି ଜମା କରାଯାଏ ଏବଂ ଏହି ମାସରେ ମା ଲକ୍ଷ୍ମୀଙ୍କୁ ନିଷ୍ଠାର ସହିତ ପୂଜା କରି ମାଣବସା ଓଷା ପାଳନ କରାଯାଏ। ଗୁରୁବାର ପୂର୍ବ ରାତିରେ ଗୋଟିଏ ମାଣ ଯାହା ହେଉଛି ମା ଲକ୍ଷ୍ମୀଙ୍କର ପ୍ରତୀକ।
ମାଣ ଆଣି ଖଟୁଲି ଆଣି ନୂଆ ମାଣକୁ ଭଲ ଭାବରେ ଧୋଇ ସେଥିରେ ମାଟି ଲେପି ଚିତା କଟାଯାଇଥାଏ। ଏବଂ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ପ୍ରାତଃ କାଳରେ ସ୍ନାନ ସାରି ଶୁଦ୍ଧ ହୋଇ ମାଣ ବସାଇବା ସ୍ଥାନରେ କୋଠି ଲେଖି ତା ଉପରେ ଖଟୁଲି କିମ୍ବା ପିଢ଼ା ଉପରେ ଆସନ ଆଦି ରଖାଯାଏ। ଏବଂ ସେଥିରେ ପୂର୍ବ ରାତିରୁ ମାଟି ଲେପି ଚିତା କରାଯାଇଥିବା ନୂଆ ମାଣଟିଏ ରଖାଯାଏ ଏବଂ ସେଥିରେ ଦେଉଳ ଆକାର କରି ଧାନ ରଖାଯାଏ ଏବଂ ତା ଉପରେ ନୂଆ ଲୁଗା କିମ୍ବା ବସ୍ତ୍ରକୁ ନାରୀ ମାନଙ୍କୁ ଯେପରି ସଜିତ କରାଯାଏ ସେହିପରି ନୂଆ ଓଢଣୀ ଦେଇ ମା ଲକ୍ଷ୍ମୀଙ୍କୁ ସଜେଇ ଦିଆଯାଏ। ମା ଲକ୍ଷ୍ମୀଙ୍କର ପିତଳ ମୂର୍ତି ଅଥବା ଫୋଟ ଚିତ୍ର ଅଥବା ଯେକୌଣସି ପ୍ରକାରର ମାଙ୍କର ମୂର୍ତି ରଖି ସଜା ଯାଏ। ଏବଂ ତାପରେ ସେହି ନାଲି ରଙ୍ଗର ଓଢଣୀ ଦିଆଯାଏ। ଏହାପରେ ଚନ୍ଦନ ସିନ୍ଦୁର ଧୂପ ଦୀପ ଇତ୍ୟାଦି ପଞ୍ଚ ଉପଚାରରେ ଗନ୍ଧ ପୁଷ୍ପ ଧୂପ ଦୀପ ଏବଂ ନୈବେଦ୍ୟ ଦେଇ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏବଂ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ଆବାହନ କରିବା ପରେ ଗୋଟିଏ ପରେ ଗୋଟିଏ ପୂଜା ନିଷ୍ଠାର ସହ କରନ୍ତୁ। ଏହି ମାର୍ଗଶୀର ଗୁରୁବାର ବିଷୟରେ ସ୍ୱୟଂ ମା ଲକ୍ଷ୍ମୀ କହିଛନ୍ତି। ମାର୍ଗଶୀର ମାସେ ଯେଉଁ ଆଦ୍ୟ ଗୁରୁବାର ସେଦିନ ଓଷାରୁ ସେଜ ଛାଡି ତତ୍ପର ଗୋମୟ ଜଳରେ ଘର ଦ୍ୱାର ଲିପିବ ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ। ଅର୍ଥାତ ପ୍ରାତଃ କାଳରେ ଶଯ୍ୟା ତ୍ୟାଗ କରି ତାପରେ ଗୋ ମୟ ଜଳ ଏବଂ ଗୋବରରେ ଘର ଦ୍ୱାର ଲିପା ପୋଛା ଯାଏ।
ଲକ୍ଷ୍ମୀ ପୁରାଣରେ କୁହାଯାଇଛି ମାର୍ଗଶୀର ମାସର ପ୍ରଥମ ଗୁରୁବାର ପାଳିର ପ୍ରାତଃ ସମୟରେ ଏହି ସବୁ କାର୍ଯ୍ୟ କରିବାକୁ କୁହାଯାଇଛି। ମାତ୍ର ସମୟ ଅଭାବରୁ ଗୁରୁବାର ଦିନ ପୂର୍ବରୁ ଏହିସବୁ କର୍ମ କରାଯାଏ। ନୂଆ ମାଣ ଗୋଟିଏ ଆଣି ତାକୁ ଭଲ ଭାବରେ ଧୋଇ ସେଥିରେ ମାଟିରେ ଲେପି ଭଲ ଭଲ ଚିତ୍ର ଅଙ୍କନ କରାଯାଏ। ତା ସହିତ ସ୍ନାନ କରି ଆସି ଗୁରୁବାର ପ୍ରାତଃ କାଳରେ ଚଉକି କିମ୍ବା ଖଟୁଲିକୁ ଆଣି ତାକୁ ଠାକୁର ଘରେ ସ୍ଥାପନା କରିବେ ଏବଂ ତାକୁ ଭଲ ଭାବରେ ଧୋଇ ଦେବେ। ସେହି ଖଟୁଲି ଉପରେ ଶୁକ୍ଳ ବର୍ଣ୍ଣର ଧାନ କିଛି ରଖି ତା ଉପରେ ମାଣ ରଖି ସେହି ଧାନ ମାଣରେ ଶୁକ୍ଳ ବର୍ଣ୍ଣର ଧାନକୁ ପରିପୂର୍ଣ୍ଣ କରି ତା ଉପରେ ହଳଦୀ ପାଣିରେ ଧୁଆ ହୋଇଥିବା ୩ ଗୋଟି ଗୁଆକୁ ଲକ୍ଷ୍ମୀ ନାରାୟଣଙ୍କ ଉଦେଶ୍ୟରେ ରଖାଯାଏ। ସେହି ଧାନ ମାଣ ଉପରେ ୩ ଗୋଟି ଗୁଆକୁ ହଳଦୀ ପାଣିରେ ଧୋଇ ରଖିବା ପରେ ତା ଉପରେ ପୂର୍ବ ଦିନରେ ପ୍ରସ୍ତୁତ ହୋଇଥିବା ଧାନ ମେଣ୍ଡା ଯାହା ଧାନ ସିସାକୁ ବାନ୍ଧି କରାଯାଇଥାଏ ଆଉ ତାହାକୁ ସେହି ମାଣ ଉପରେ ରଖାଯାଏ ଏବଂ ଧାନ ମାଣ ଉପରେ ଚୁଡ଼ ମୂଳା ଆଖୁ କଦଳୀ ଏମିତି ବିଭିନ୍ନ ପ୍ରକାରର ଫଳ ସହିତ ଫଳ ପୁଷ୍ପ ଏବଂ ମା ଲକ୍ଷ୍ମୀଙ୍କର ପ୍ରିୟ ରଙ୍ଗର ପୁଷ୍ପ ହେଉଛି ଗେଣ୍ଡୁ ଫୁଲ ।
ହଳଦିଆ ବା ନାଲି ରଙ୍ଗର ଗେଣ୍ଡୁ ଫୁଲକୁ ରଖାଯାଏ। ଆଉ ସେହି ମାଣକୁ ନାଲି ରଙ୍ଗର ଓଢଣୀରେ ସଜେଇ ଧାନ ମେଣ୍ଡା ରଖି ପୂଜା କରାଯାଏ। ସେଥିପାଇଁ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନକୁ ମାଣବସା ଗୁରୁବାର କୁହାଯାଏ। ଏବଂ ଏହି ଦିନ ପାଖରୁ ମା ଙ୍କର ଧାନ ମାଣର ପୂଜା କରାଯାଏ। ୪ ପାଳି କିମ୍ବା ୫ ପାଳି ଏବଂ ମା ଲକ୍ଷ୍ମୀଙ୍କର ଧ୍ୟାନ ମନ୍ତ୍ରରେ ମାଙ୍କୁ ଆବାହନ କରାଯାଏ। ଏହି ଦିନ ପ୍ରଥମେ ପ୍ରାତଃ ସମୟରେ ବାଳ ଭୋଗ ଲଗାଯାଏ। ଏହି ବାଳ ଭୋଗରେ ବିଭିନ୍ନ ପ୍ରକାରର ଫଳ ମୂଳ ମାଙ୍କୁ ସମର୍ପିତ କରାଯାଏ। କିନ୍ତୁ କୌଣସି ଖଟା ଫଳ ସମର୍ପିତ କରାଯାଏ ନାହିଁ। ଏହା ପରେ ଦିପ୍ରହରରେ ପଖୁଡ଼ୀ ଭୋଗ ଅର୍ପଣ କରାଯାଏ ଅର୍ଥାତ ଅନ୍ନ ଖେଚୁଡ଼ି ଡାଲି ଡାଲମା ଖଟା ଶାଗ ଯେହେତୁ ମା ଲକ୍ଷ୍ମୀଙ୍କର କୋଶଳ ଏବଂ ମୂଳା ଶାଗ ଅତ୍ୟନ୍ତ ପ୍ରିୟ ଏବଂ ପୁରୀ ଶ୍ରୀମନ୍ଦିରରେ ମଧ୍ୟ କେବଳ କୋଶଳ ଏବଂ ମୂଳା ଶାଗ ବ୍ୟତୀତ ଅନ୍ୟ କୌଣସି ଶାଗର ରନ୍ଧନର ବ୍ୟବସ୍ଥା ନାହିଁ ତେଣୁ ଗୁରୁବାର ପାଳିରେ ମା ଲକ୍ଷ୍ମୀଙ୍କୁ କୋଶଳ ମୂଳା ସାଗରେ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ତା ସହିତ ଯେଉଁମାନେ ଘର ମାନଙ୍କରେ ପରମ୍ପରା ସହିତ ଭୋଗ ଅର୍ପଣ କରାଯାଏ। ସେଥିରେ କିଛି ପିଠା ପଣାକୁ ମଧ୍ୟ ସଂଯୋଗ କରି ମା ଲକ୍ଷ୍ମୀଙ୍କ ପୂଜା କରାଯାଏ ଏବଂ ଏହି ପିଠାରୁ କିଛି ରଖି ସନ୍ଧ୍ୟା ସମୟରେ ମାଙ୍କୁ କିଛି ସନ୍ଧ୍ୟା ଭୋଗରେ ମଧ୍ୟ ପିଠା ପଣା ସମର୍ପଣ କରାଯାଏ। ଆରିସା କାକରା ମଣ୍ଡା ଘିଅ ପିଠା ବିଭିନ୍ନ ପ୍ରକାରର ପିଠାକୁ ପ୍ରସ୍ତୁତ କରାଯାଇ ମା ଲକ୍ଷ୍ମୀଙ୍କ ଉଦେଶ୍ୟରେ ପରସା ଯାଏ ଏବଂ ଭୋଗ ନୈବେଦ୍ୟ ସମର୍ପଣ କରାଯାଏ।
ମାର୍ଗଶୀର ମାସର ପ୍ରତ୍ୟକ ଗୁରୁବାର ପାଳିରେ ଏହିଭଳି ବାଳ ଭୋଗ ଶଙ୍ଖୁଡ଼ି ଭୋଗ ଏବଂ ସନ୍ଧ୍ୟା ଧୂପ ତିନି ଧୂପରେ ମାଙ୍କୁ ପୂଜା କରାଯାଏ। ଏବଂ ଏହା ପରେ ପୁଷ୍ପାଞ୍ଜଳି ମନ୍ତ୍ରରେ ମାଙ୍କୁ ପୁଷ୍ପାଞ୍ଜଳି କରାଯାଏ। ଓଁ ନମୋ ଦେବୀ ମାହା ଲକ୍ଷ୍ମୀ ସର୍ବ ସମ୍ପଦ ଦାୟିନୀ ସର୍ବ ଦୁଃଖ ହାରା ଦେବୀ ଗୃହାଣ କୁସୁମାଞ୍ଜଳି। ହେ ମା ଆମର ଗୁହାରି ଆମର ପୁଷ୍ପାଞ୍ଜଳିକୁ ଗ୍ରହଣ କରନ୍ତୁ। ତାପରେ ସ୍ତୁତି ମନ୍ତ୍ର ପାଠ ପାଠ କରି ମାଙ୍କୁ ପ୍ରସନ୍ନ କରାଯାଏ। ନମସ୍ତୁତେ ମହାମାୟେ ଶ୍ରୀପିଠେ ସୁର ପୁଜିତେ ଶଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ। ନମସ୍ତୁତେ ଗରୁଡାରୁଢେ କୋଳାସୁର ଭୟଙ୍କରୀ ସର୍ବ ପାପ ହରେ ଦେବୀ ମହାଲକ୍ଷ୍ମୀ ନମସ୍ତୁତେ। ଶେଷରେ କ୍ଷମା ପ୍ରାର୍ଥନା ମନ୍ତ୍ରରେ ମାଙ୍କୁ କ୍ଷମା ପ୍ରାର୍ଥନା କରାଯାଏ। ମନ୍ତ୍ର ତନ୍ତ୍ର କ୍ରିୟାଚାର ଭାବଭକ୍ତି ଯଥାକୃତମ ଜଦାକ୍ତିତମ ମଗାଦେବୀ ପରିପୂର୍ଣ୍ଣ ତଦୋସ୍ତୁମେ। ହେ ମା ଲକ୍ଷ୍ମୀ ହେ ମା ଅନ୍ନପୂର୍ଣା ଆମେ ମନ୍ତ୍ର ତନ୍ତ୍ର କ୍ରିୟାଚାର ବିଧି ବିଧାନ କିଛି ବି ଜାଣିନୁ କେବଳ ହୃଦୟର ସମର୍ପିତ ଭାବ ଭକ୍ତିରେ ଆପଣଙ୍କୁ ନିବେଦନ କରୁଛୁ ଏହି ମାର୍ଗଶିର ଗୁରୁବାର ପୂଜା ମାଣବସା ପୂଜାକୁ କୃପା ପୂର୍ବକ ଆପଣ ତାକୁ ଗ୍ରହଣ କରି ମୋର ଏହି ଗୃହରେ ବିରାଜମାନ କରନ୍ତୁ। ଏବଂ ଧନଧାନ୍ୟ ଗପ ଲକ୍ଷ୍ମୀରେ ଗୃହକୁ ପରିପୂର୍ଣ୍ଣ କରନ୍ତୁ। ଏବଂ ଶେଷରେ ମାଙ୍କୁ ପ୍ରଣାମ କରାଯାଏ। ବିଷ୍ଣୁ ରୂପସ୍ୟ ଭାଜ୍ୟସି ପଦ୍ମେ ପଦ୍ମାଳୟେ ଶୁଭେ ସର୍ବତ୍ତତ ପାହିମା ଦେବୀ ମହାଲକ୍ଷ୍ମୀ ନମସ୍ତୁତେ। ବନ୍ଦେହଂ ଧନଦାତ୍ରି ମହାଲକ୍ଷ୍ମୀ ଦେବୀ ନମୋ ନମାମି। ଏହିପରି ଭାବେ ସ୍ୱଛ ହୃଦୟରେ ବିଧି ବିଧାନ ପୂର୍ବକ ମାଙ୍କ ପୂଜା କରନ୍ତୁ।