ବାଲେଶ୍ୱର : ଦୁଇଟି ସ୍ଥାନରେ ବିଶାଳ ତ୍ରିରଙ୍ଗା ରାଲି
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦୁଇଟି ସ୍ଥାନରେ ଶନିବାର ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଚି । ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅବସରରେ ବାଲେଶ୍ୱର ଜିଲା ନୀଳଗିରି ନଗରରେ ଏବିଭିପିର ବିଶାଳ ୨୦୦ ଫୁଟର ତ୍ରିରଙ୍ଗା ରାଲି ନୀଳଗିରି ବସଷ୍ଟାଣ୍ଡରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ହୋଇଯାଇଛି । ନଗର ସମ୍ପାଦକ ଗୋପୀ ବଲ୍ଲଭ ରାଉତ, ଜିଲା ସହ ସଂଯୋଜକ ଜୀବନ ଜ୍ୟୋତି ରାଉତ, ବ୍ଲକ ସଂଯୋଜକ ବିରଞ୍ôଚ ନାରାୟଣ ତ୍ରିପାଠୀ ପ୍ରମୁଖ ଏହି କାର୍ଯକ୍ରମର ନେତୃତ୍ୱ ନେଇଥିଲେ । କାର୍ଯ୍ୟକ୍ରମରେ ଜିଲା ପ୍ରମୁଖ ଅଧ୍ୟାପକ ପ୍ରତ୍ୟୁଷ କୁମାର ବେହେରା ଓ ନଗର ଉପ-ସଭାପତି ନିହାର ରଞ୍ଜନ ବେହେରା ଉପସ୍ଥିତ ରହିଥିଲେ । ୩୦୦ ପାଖାପାଖି ଛାତ୍ରୀଛାତ୍ରଙ୍କ ଭାରତ ମାତା କି ଜୟ ନାରାରେ ପ୍ରକମ୍ପିତ ହୋଇଥିଲା ନୀଳଗିରି ବଜାର । ଅମୃତ ମହୋତ୍ସବ ପାଳନ ଅବସରରେ ରବିବାର ପ୍ରତ୍ୟେକ ଗାଁରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ମାନେ ତ୍ରିରଙ୍ଗା ଉଡ଼ାଇବେ ବୋଲି ରାଜ୍ୟ ବିଶ୍ୱ ବିଦ୍ୟାଳୟ ସଂଯୋଜକ ଲକ୍ଷ୍ମୀ ନାରାୟଣ ନାୟକ ଛାତ୍ରୀଛାତ୍ରମାନଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯକ୍ରମ ରେ ବିଦ୍ୟାର୍ଥୀ ପରିଷଦର ପୁରାତନ କାର୍ଯ୍ୟକର୍ତ୍ତା ସତ୍ୟ ନାରାୟନ ମହାପାତ୍ର, ଚନ୍ଦ୍ରବିନ୍ଦୁ ଦାସ, ସମର ଶଙ୍କର କାନୁନ୍ଗୋ, ଭବାନୀ ଶଙ୍କର ଓ କାର୍ତ୍ତିକ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱାଧୀନତାର ଏହି ୭୫ ବର୍ଷ ଅବସରରେ ଆସନ୍ତା ସ୍ୱାଧୀନତା ଦିବସରେ ଗାଁ ଗାଁରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଏବିଭିପି ଯୋଜନା ପ୍ରସ୍ତୁତ ହୋଇଛି । ସ୍ୱାଧୀନତାର ଏହି ଉତ୍ସବକୁ ସାମାଜିକ ଓ ରାଷ୍ଟ୍ର ଉତ୍ସବ ଭାବେ ପ୍ରତ୍ୟେକଟି ବ୍ୟକ୍ତି ପାଳନ୍ତୁ ବୋଲି ବିଦ୍ୟାର୍ଥୀ ପରିଷଦ ଆଗ୍ରହ କରିଅଛି ।
ଅନ୍ୟପକ୍ଷରେ ଭୋଗରାଇ ବ୍ଲକ ଏକ ସାମାଜିକ ସଙ୍ଗଠନ ପକ୍ଷରୁ ଶନିବାର ଶହେ ମିଟର ବିଶାଳ ତ୍ରିରଙ୍ଗା ପତାକାକୁ ଧରି ରାସ୍ତା ପରିକ୍ରମା କରାଯାଇଥିଲା । ଦେଶର ଅଖଣ୍ଡତା ଶାନ୍ତି, ମୁକ୍ତି ଓ ପ୍ରଗତିର ବାର୍ତ୍ତା ନେି ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଏହି ସାମାଜିକ ସଙ୍ଗଠନ ପ୍ରକାଶ କରିଥିଲେ । ଅଖଣ୍ଡ ଭାରତର ଗୌରତବ ଓ ଐତିହ୍ୟକୁ ମନେ ପକାଇ ଯୁବ ସମାଜ ଦେଶ ମାତୃକାକୁ ରକ୍ଷା କରିବା ସହିତ ଯେକୌଣସି ବିପଦର ମୁକାବିଲା ନିମନ୍ତେ ଆଗେଇ ଆସିବାକୁ ସଙ୍ଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ସାମାଜିକ ସଙ୍ଗଠନର ଦିଲ୍ଲୀପ କାମିଳା, କୌଶିକ୍ ଚାନ୍ଦ, ସୁବାସ ଚାନ୍ଦ, ବନମାଳି ଦାସଙ୍କ ନେତୃତ୍ୱରେ ବହୁ ଯୁବକ ଏହି ବିଶାଳ ପତାକାକୁ ହାତରେ ଧରି ଭୋଗରାଇ ବ୍ଲକ ଠାରୁ ଥାନା ଛକ ପର୍ଯ୍ୟନ୍ତ ରାସ୍ତାରେ ବନ୍ଦେ ମା ତରମ୍ ସ୍ଲୋଗାନ ଦେି ରାସ୍ତା ପରିକ୍ରମା କରିବା ସହିତ ଛୋଟ ପିଲାମାନଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରିଥିଲେ ।