ରାଷ୍ଟ୍ରପତି ନିର୍ବାଚନ ପାଇଁ କେମିତି ହୁଏ ଭୋଟ୍ ଗଣତି ? ଜାଣନ୍ତୁ ଦରମା କେତେ ଓ ମିଳିଥାଏ କେଉଁ ପ୍ରକାରର ସୁବିଧା
ନୂଆଦିଲ୍ଲୀ : ଆଜି ଜଣାପଡିବ କିଏ ହେବ ଦେଶର ପଞ୍ଚଦଶତମ ରାଷ୍ଟ୍ରପତି । ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଯଶୋବନ୍ତ ସିହ୍ନା । ତେବେ ପଦବୀରେ କିଏ ଅଳଙ୍କୃତ ହେବେ ତାହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ କେମିତି ହୁଏ ଭୋଟ୍ ଗଣତି ? ସେହିପରି ରାଷ୍ଟ୍ରପତିଙ୍କ ଦରମା କେତେ ଓ କେଉଁ ପ୍ରକାରର ସୁବିଧା ମିଳିଥାଏ ? ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କ ବିଷୟରେ କିଛି ରୋଚକ ତଥ୍ୟ ।
ରାଷ୍ଟ୍ରପତି ନିର୍ବାଚନ: କେମିତି ହୁଏ ଭୋଟ୍ ଗଣତି ?
ବାଲଟ ବକ୍ସ ବା ‘ମିଷ୍ଟର ବାଲଟ ବକ୍ସ’ ସଂସଦ ଭବନରେ ରହିଛି ।
ସମସ୍ତ ରାଜ୍ୟର ବିଧାନସଭାରୁ ଯାଇଛି ‘ମିଷ୍ଟର ବାଲଟ ବକ୍ସ’ ।
ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗଣତି ହେବ ।
ରାଜ୍ୟସଭା ସଚିବ ପିସି ମୋଡି ଭୋଟ୍ ଗଣତିର ପରିଚାଳନା କରିବେ ।
ପ୍ରଥମେ ସାଂସଦଙ୍କ ଭୋଟ୍ ଗଣତି ହେବ ।
ସାଂସଦଙ୍କ ପରେ ବିଧାୟକଙ୍କ ଭୋଟ୍ ଗଣତି ହେବ ।
ଇଂରାଜୀ ବର୍ଣ୍ଣମାଳାର କ୍ରମ ଅନୁସାରେ ରାଜ୍ୟଗୁଡିକର ହେବ ଗଣତି ।
ମୋଟ୍ ୪ ହଜାର ୮୦୯ ଜଣ ଭୋଟ୍ ଦେଇଛନ୍ତି ।
୭୭୬ ସାଂସଦ ଏବଂ ୪ ହଜାର ୩୩ ବିଧାୟକ ଭୋଟ୍ ଦେଇଛନ୍ତି ।
୯୯ ପ୍ରତିଶତ ମତଦାନ ହୋଇଛି ।
୮ ସାଂସଦ ଭୋଟ୍ ଦେଇ ନାହାନ୍ତି ।
ଦରମା କେତେ ?
ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ମାସକୁ ୫ ଲକ୍ଷ ଟଙ୍କା ଦରମା ମିଳିଥାଏ ।
ମିଳିଥାଏ ଏହିସବୁ ସୁବିଧା :
ମାଗଣା ମେଡିକାଲ, ଆବାସ ଏବଂ ଚିକିତ୍ସାର ସୁବିଧା(ଆଜୀବନ) ସମେତ ଅନ୍ୟ ଭତ୍ତା ଦିଆଯାଇଥାଏ ।
ଦେଶର ରାଷ୍ଟ୍ରପତି ଏବଂ ପତ୍ନୀ ପୃଥିବୀର କୌଣସି ବି ସ୍ଥାନକୁ ମାଗଣା ଯାତ୍ରା କରିପାରିବେ ।
ରାଷ୍ଟ୍ରପତିଙ୍କ ନିକଟରେ ୫ ଜଣ ଲୋକଙ୍କ ସେକ୍ରେଟେରିୟଲ ଷ୍ଟାଫ ରହିଥାନ୍ତି । ଏହାବ୍ୟତୀତ ଅନ୍ୟ ୨୦୦ ଲୋକ ରାଷ୍ଟ୍ରପତି ଭବନର ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ହୋଇଥାନ୍ତି ।
ଛୁଟି କାଟିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ୨ଟି ସୁନ୍ଦର ହଲିଡେ’ ଟ୍ରୀଟ ରହିଥାଏ । ଏହାଦ୍ୱାରା ସେ ପରିବାର ସହିତ ହାଇଦ୍ରାବାଦରେ ରାଷ୍ଟ୍ରପତି ନିଲୟମ ଏବଂ ଶିମଲାର ରିଟ୍ରିଟ ବିଲଡିଙ୍ଗ ଯାଇପାରିବେ ।
ଦେଶର ରାଷ୍ଟ୍ରପତିଙ୍କ କଷ୍ଟମାଇଜ୍ଡ ଗାଡି ପ୍ରଦାନ କରାଯାଇଥାଏ ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ପରିଷଦର ପରାମର୍ଶ କ୍ରମେ କୌଣସି ସମୟରେ ଯୁଦ୍ଧ ଘୋଷଣା କରିବା କ୍ଷମତାର ଅଧିକାରୀ ହୋଇଥାନ୍ତି ଦେଶର ରାଷ୍ଟ୍ରପତି ।
ସମସ୍ତ ଆବଶ୍ୟକୀୟ ଚୁକ୍ତିନାମା ରାଷ୍ଟ୍ରପତିଙ୍କ ନାମରେ ହିଁ କରାଯାଇଥାଏ ।
ଭାରତର ରାଷ୍ଟ୍ରପତିଙ୍କ ଅଧିକାରିକ ବାସ ଭବନ ହୋଇଥାଏ ନୂଆଦିଲ୍ଲୀରେ ଥିବା ରାଷ୍ଟ୍ରପତି ଭବନ । ଏହି ଭବନରେ ୩୪୦ ବଖରା ରହିଥାଏ ଏବଂ ଏହାର ଫ୍ଲୋର ୨ଲକ୍ଷ ବର୍ଗଫୁଟ ରହିଥାଏ ।
ମିଳେ ଏପରି ଅଧିକାର :
ଅଫିସର ପାୱାର ଏବଂ କର୍ତ୍ତବ୍ୟର ପ୍ରୟୋଗ ଏବଂ ପ୍ରଦର୍ଶନ ପାଇଁ ସେ ନେଇଥିବା କୌଣସି ନିଷ୍ପତ୍ତି କିମ୍ବା କାର୍ଯ୍ୟ ପାଇଁ ସେ କୋର୍ଟ ନିକଟରେ ଉତ୍ତରଦାୟୀ ରହିବେ ନାହିଁ ।
ତାଙ୍କ କାର୍ଯ୍ୟକାଳ ସମୟରେ କୌଣସି ବି ଅଦାଲତରେ ତାଙ୍କ ବିପକ୍ଷରେ କୌଣସି ଅପରାଧିକ କାର୍ଯ୍ୟକଳାପ କରାଯାଇପାରିବ ନାହିଁ ।
ରାଷ୍ଟ୍ରପତି ପଦବୀରେ ରହିଥିବା ପର୍ଯ୍ୟନ୍ତ କୌଣସି ଅଦାଲତରେ ତାଙ୍କୁ ଗିରଫ କିମ୍ବା କାରାବାସର କୌଣସି ପ୍ରକ୍ରିୟା ଜାରି କରାଯାଇ ପାରିବ ନାହିଁ ।