ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର: ୨୦୨୧ରେ ୧ଲକ୍ଷ ୫୫ହଜାର ୫୨୦ ଅପରାଧ
ଭୁବନେଶ୍ୱର : ଗୃହବିଭାଗର ଶ୍ୱେତପତ୍ର ବୁଧବାର ପ୍ରକାଶ ପାଇଛି । ୨୦୨୧ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି ରହିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୫୨୦ଟି ଅପରାଧ ଘଟିଛି । ତା’ମଧ୍ୟରୁ ୧ ହଜାର ୩୯୪ଟି ହତ୍ୟାକାଣ୍ଡ ଘଟିଛି । ଏହା ସହ ୫୨୨ଟି ଡକାୟତି ଓ ୩୩୨୭ଟି ଦୁଷ୍କର୍ମ ମାମଲା, ୫ ହଜାର ୧୩ଟି ସିନ୍ଧି ଚୋରି ମାମଲା ଘଟିଥିବା ନେଇ ଶ୍ୱେତପତ୍ରରେ ପ୍ରକାଶ ପାଇଛି । ତେବେ ୨୦୨୧ରେ ହ୍ରାସ ପାଇଛି ମାଓ ହିଂସା । ମାଓବାଦୀଙ୍କ ପ୍ରତି ଜନସମର୍ଥନ ହ୍ରାସ ପାଇଛି । ସ୍ୱାଭିମାନ ଅଞ୍ଚଳ ସମେତ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳରେ ସ୍ଥିତିରେ ପରିବର୍ତ୍ତନ ଆସିଛି । ପୋଲିସ ସହିତ ଗୁଳିବିନିମୟରେ ୭ ମାଓବାଦୀ, ୨ ଜଣ ସାଧାରଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଜଣେ ସୁରକ୍ଷାକର୍ମୀ ସହୀଦ ହୋଇଛନ୍ତି ।
ଶ୍ୱେତପତ୍ରରେ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୨୧ ମସିହାରେ ଓଡ଼ିଶାରେ ମୋଟ୍ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି । ଏହା ମଧ୍ୟରେ ରହିଛି ୧୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ ଲୁଣ୍ଠନ, ୫୧୩୩ ସିନ୍ଧିଚୋରି, ୧୩,୦୨୪ ଚୋରି, ୫୧୩୮ ପ୍ରତାରଣା, ୨୨୨୦ ଦଙ୍ଗା, ୩୩୨୭ ଦୁଷ୍କର୍ମ, ୧୦,୯୮୩ ମୋଟରଯାନ ଦୁର୍ଘଟଣା? ଓ ୧,୧୦,୮୨୩ ଅନ୍ୟାନ୍ୟ ମାମଲା । ଏହା ମଧ୍ୟରୁ ମୋଟ୍ ୧,୪୯,୨୩୨ଟି ମାମଲା ସତ୍ୟ ଉପରେ ଆଧାରିତ । ବର୍ଷ ?ଶେଷ ସୁଦ୍ଧା ମୋଟ୍? ୧,୦୬,୨୮୩ଟି ମାମଲାରେ ଚାର୍ଜସିଟ୍? ଦାଖଲ ହୋଇଛି । ସୂଚନାଯୋଗ୍ୟ ଯେ ୨୦୨୦ରେ ଧର୍ତ୍ତବ୍ୟ ଅପରାଧ ମାମଲା ସଂଖ୍ୟା ଥିଲା ୧,୩୪,୨୩୦ । ଯେ?ତୁକ ଜନିତ ମାମଲା ମଧ୍ୟ ଚିନ୍ତାଜନକ ରହିଛି । ୨୦୨୦ରେ ୪୦୮୮ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୫୦୮୦ ରହିଛି । ଏହା ମଧ୍ୟରୁ ୩୭୦୭ ମାମଲାରେ ଚାର୍ଜସିଟ୍? ଦାଖଲ ହୋଇଛି । ୨୯୮ଟି ଯେ?ତୁକ ଜନିତ ହତ୍ୟା ମାମଲା ମଧ୍ୟରୁ ୧୮୧ଟିରେ ଚାର୍ଜସିଟ୍? ଦାଖଲ ହୋଇଛି । ୧୨୯ଟି ଯେ?ତୁକ ଜନିତ ଆତ୍ମହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି । ୨୦୨୦ ତୁଳନାରେ ରାଜ୍ୟରେ ଲୁଣ୍ଠନ ମାମଲା ମଧ୍ୟ ବଢ଼ିଛି । ୨୦୨୧ରେ ୨୦୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି । ତାହା ମଧ୍ୟରୁ ୩୦୭ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ଏହି ମାମଲାଗୁଡ଼ିକରେ ୫୪୨ ଜଣ ଅପରାଧୀ ସଂପୃକ୍ତ ଥିଲା ବେଳେ ୪୨୫ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି ।
ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଶ୍ୱେତପତ୍ରରେ କୁହାଯାଇଛି, ୨୦୨୧ରେ ମାଓ କାର୍ଯ୍ୟକଳାପ ସାମଗ୍ରିକ ଭାବେ ନିୟନ୍ତ୍ରଣାଧୀନ ଅଛି । ମାଓବାଦୀ ପ୍ରଭାବିତ ୧୦ଟି ଜିଲ୍ଲା ମଧ୍ୟରୁ ପ୍ରଭାବୀ ଢଙ୍ଗରେ ପୁଲିସ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଯୋଗୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ କଳାହାଣ୍ଡି-ରାୟଗଡ଼ା-କନ୍ଧମାଳ ଜିଲ୍ଲା ସମେତ ଅଧିକାଂଶ ଅଞ୍ଚଳର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଏହି ବର୍ଷ ମାଓବାଦୀମାନଙ୍କ ସହିତ ସଂଗଠିତ ୨୧ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ୍? ୨୮ଟି ଘଟଣା ଘଟିଥିଲା । ଏଥିରେ ଦୁଇ ଜଣ ସାଧାରଣ ବ୍ୟକ୍ତିଙ୍କର ପ୍ରାଣହାନୀ ହୋଇଥିଲା ଓ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ପୁଲିସ ସହ ପୃଥକ ପୃଥକ ଗୁଳି ବିନିମୟ ଘଟଣାରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୬ ଜଣଙ୍କୁ ଗିରଫ କରାଯାଇଥିଲା । ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଚାରୁରୂପେ ପୁଲିସ ନିୟନ୍ତ୍ରଣ କରିବରେ ସଫଳ ହୋଇଛି ବୋଲି ଶ୍ୱେତପତ୍ରରେ କୁହାଯାଇଛି ।