ରଙ୍ଗର ପର୍ବ ହୋଲି! ଜାଣନ୍ତୁ ରାଶି ଅନୁସାରେ କେଉଁ ରଙ୍ଗ ଶୁଭ ଓ ଅଶୁଭ; ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ, ଚମକିବ ଭାଗ୍ୟ
ହୋଲିକୁ ରଙ୍ଗର ପର୍ବ ବୋଲି କୁହାଯାଏ। ହୋଲି ଦିନ ପରସ୍ପରକୁ ବିଭିନ୍ନ ପ୍ରକାରର ରଙ୍ଗ ଲଗାଇଥାଆନ୍ତି। ଏହା ବ୍ୟତୀତ
ହୋଲି ପର୍ବରେ ଆପଣଙ୍କ ରାଶି ଅନୁଯାୟୀ ଭାଗ୍ୟର ରଙ୍ଗ ମଧ୍ୟ ଉଜ୍ଜ୍ୱଳ ହେବ । ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ । ଜ୍ୟୋତିର୍ବିଦଙ୍କ ଅନୁସାରେ ମଣିଷ ଶରୀର ଉପରେ ରଙ୍ଗର ବୈଜ୍ଞାନିକ ଓ ଜ୍ୟୋତିଷ ପ୍ରଭାବ ଉଭୟ ପଡ଼ିଥାଏ । ରଙ୍ଗ ମନୁଷ୍ୟର ମନୋଭାବକୁ ପ୍ରଭାବିତ କରିଥାଏ । ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।
ହୋଲିପର୍ବ ଆପୋଷ ମତଭେଦ ଦୂର କରି ଆଲିଙ୍ଗନ କରିବାର ଏକ ସୁଯୋଗ ଆଣିଛି । କିନ୍ତୁ, ଅନେକ ସମୟରେ ଖୁସିର ମାହୋଲ ଦୁଃଖରେ ବଦଳିଯାଏ । ଭଲପାଇବା ଘୃଣାରେ ପରିଷମ ହୁଏ । ରଙ୍ଗ ମଣିଷ ଶରୀର ଉପରେ ଉଭୟ ବୈଜ୍ଞାନିକ ଓ ରାଶିଚକ୍ର ଉପରେ ପ୍ରଭାବ ପକାଇଥାଏ । ଏହା ମଣିଷର ମନୋଭାବକୁ ପ୍ରଭାବିତ କରିଥାଏ । ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇପାରେ । ସେହିପରି ଭୁଲ୍ ରଙ୍ଗ ଆପୋଷ ବିବାଦରେ ପକାଇପାରେ । ଏପରି ପରିସ୍ଥିତିରେ ଭୁଲ୍ ରଙ୍ଗଠାରୁ ଦୂରରେ ରହି ହୋଲିରେ ଆପଣଙ୍କ ପାଇଁ ଉପଯୁକ୍ତ ରଙ୍ଗ ବାଛିବା ଆବଶ୍ୟକ । ଯଦି ଆପଣ ରାଶିଚକ୍ର ଅନୁଯାୟୀ ରଙ୍ଗ ଲଗାଇବେ କିମ୍ୱା ପୋଷାକ ପିନ୍ଧିବେ ହୋଲି ପର୍ବ ଆପଣଙ୍କ ପାଇଁ ଅଧିକ ରଙ୍ଗୀନ ହେବ । ଆସନ୍ତା କାଲି ରଙ୍ଗର ପର୍ବ ହୋଲି ପର୍ବ। ତେବେ ଚାଲନ୍ତୁ ଜାଣିବା କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଓ ଅଶୁଭ।
ମେଷ ଓ ବିଛା : ଏହି ରାଶିର ଲୋକମାନେ ଲାଲ୍, ସାଫ୍ରନ୍ ଓ ଗୋଲାପୀ ଅବିରରେ ହୋଲି ଖେଳିଲେ ଶୁଭ ଫଳ ମିଳିବ। କଳା ଓ ନୀଳ ରଙ୍ଗରୁ ଦୂରେଇ ରହିବା ଉଚିତ୍।
ବୃଷ ଓ ତୁଳା : ଏହି ରାଶିର ଲୋକମାନେ ଧଳା, ରୂପା, ବାଦାମୀ ଆଦି ରଙ୍ଗରେ ହୋଲି ଖେଳିବାକୁ ଉପଭୋଗ କରିବେ। ଏହି ରାଶିର ଲୋକେ ସବୁଜ ରଙ୍ଗରୁ ଦୂରେଇ ରୁହନ୍ତୁ ।
ମିଥୁନ ଓ କନ୍ୟା : ଏହି ରାଶିର ଲୋକଙ୍କ ପାଇଁ ସବୁଜ ରଙ୍ଗରେ ହୋଲି ଖେଳିବା ଭଲ । ନାଲି, କମଳା ରଙ୍ଗରୁ ଏହି ରାଶିର ବ୍ୟକ୍ତିତ୍ୱ ଦୂରେଇ ରହିବା ଉଚିତ୍।
କର୍କଟ : ଏହି ରାଶିର ଲୋକେ ହୋଲିରେ ନୀଳ ରଙ୍ଗରୁ ଦୂରେଇ ରୁହନ୍ତୁ । ଆକାଶୀ କିମ୍ବା ଚନ୍ଦନ କାଠର ତିଲକ କରନ୍ତୁ କିମ୍ବା କରାନ୍ତୁ । କଳା ଓ ନୀଳ ରଙ୍ଗରୁ ଦୂରେଇ ରୁହନ୍ତୁ…
ସିଂହ : ଏହି ରାଶିର ଲୋକେ ହୋଲିପର୍ବରେ ହଳଦିଆ, କମଳା ଓ ସୁନେଲୀ ରଙ୍ଗ ବ୍ୟବହାର କରନ୍ତୁ। କଳା, ଧୂସର ଓ ନୀଳ ରଙ୍ଗ ଆପଣଙ୍କ ମନୋଭାବକୁ ବିଗାଡ଼ିପାରେ…
ଧନୁ ଓ ମୀନ : ଏହି ରାଶିର ଲୋକେ ହୋଲିପର୍ବରେ ହଳଦିଆ, ଲାଲ, କମଳା ଓ ନାରଙ୍ଗୀ ରଙ୍ଗ ବ୍ୟବହାର କରିପାରିବେ। ଏହି ରାଶିର ଲୋକେ କଳା ରଙ୍ଗଠାରୁ ଦୂରେଇ ରହିବା ଭଲ…
ମକର ଓ କୁମ୍ଭ : ଏହି ରାଶିର ଲୋକେ କଳା କିମ୍ବା ନୀଳ, ଧୂସର ରଙ୍ଗ ଅଧିକ ପ୍ରୟୋଗ କରନ୍ତୁ । ଏହି ରଙ୍ଗୀର ହୋଲିପର୍ବ ସହ ଆପଣଙ୍କ ଜୀବନରେ ରଙ୍ଗ ଭରିଦେବ । କିନ୍ତୁ ନାଲି, ଗୋଲାପୀ ଅବିରଠାରୁ ଦୂରେଇ ରହିବା ଉଚିତ୍।
ସେହିପରି ଜ୍ୟୋତିଷ ଶାସ୍ତ୍ରରେ ହୋଲି ଦିନ ରାଶି ଅନୁସାରେ ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବର୍ଣ୍ଣନା କରାଯାଇଛି। ହୋଲି ପର୍ବ ଦିନ ଜାଣନ୍ତୁ କେଉଁ ରଙ୍ଗର ପୋଷାକ ପିନ୍ଧିବେ..
ମେଷ – ମେଷ ରାଶିର ସ୍ୱାମୀ ମଙ୍ଗଳ। ଏହା ଲାଲ ରଙ୍ଗର ପ୍ରତିନିଧିତ୍ୱ କରିଥାଆନ୍ତି। ହୋଲିରେ ମେଷ ରାଶିର ବ୍ୟକ୍ତି ବିଶେଷ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।
ବୃଷ – ଏହି ରାଶିର ସ୍ୱାମୀ ଶୁକ୍ର। ଏହି ରାଶିର ବ୍ୟକ୍ତି ବିଶେଷ ହୋଲି ଦିନ ନୀଳ, ସବୁଜ, ଧଳା କିମ୍ବା ସୁନେଲି ରଙ୍ଗର ପୋଷାକ ପିନ୍ଧି ହୋଲି ଖେଳି ପାରିବେ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ସର୍ବଦା ରହିଥାଏ।
ମିଥୁନ – ଏହି ରାଶିର ସ୍ୱାମୀ ବୁଧ। ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭଙ୍କର। ଜୀବନ ସୁଖସମୟ ହେବ।
କର୍କଟ – ଏହି ରାଶିର ସ୍ୱାମୀ ଚନ୍ଦ୍ରମା। ଏହି ରାଶିର ବ୍ୟକ୍ତି ବିଶେଷ ହୋଲି ଦିନ ଧଳା ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର।
ସିଂହ – ଏହି ରାଶିର ସ୍ୱାମୀ ସୂର୍ଯ୍ୟଦେବତା। ଏହି ରାଶିର ବ୍ୟକ୍ତି ବିଶେଷ ହୋଲି ଦିନ ଗୋଲାପି କିମ୍ବା ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର। ଜୀବନ ସୁଖମୟ ହୋଇଥାଏ।
କନ୍ୟା – ଏହି ରାଶିର ସ୍ୱାମୀ ବୁଧ। ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର।
ତୁଳା – ଏହି ରାଶିର ସ୍ୱାମୀ ଶୁକ୍ର। ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।
ବିଛା – ଏହି ରାଶିର ସ୍ୱାମୀ ମଙ୍ଗଳ। ଏହି ରାଶିର ବ୍ୟକ୍ତି ବିଶେଷ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଜୀବନରେ ସର୍ବଦା ସୁଖସମୃଦ୍ଧି ରହିଥାଏ।
ଧନୁ – ଏହି ରାଶିର ସ୍ୱାମୀ ବୃହସ୍ପତି। ଏହି ରାଶିର ବ୍ୟକ୍ତି ବିଶେଷ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର।
ମକର – ଏହି ରାଶିର ସ୍ୱାମୀ ଶନିଦେବତା। ମକର ରାଶିର ବ୍ୟକ୍ତି ବିଶେଷ ହୋଲି ଦିନ ଗାଢ ନୀଳ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର। ଏହାଦ୍ୱାରା ଜୀବନ ସୁଖମୟ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ।
କୁମ୍ଭ – ଏହି ରାଶିର ସ୍ୱାମୀ ଶନିଦେବତା। ଏହି ରାଶିର ବ୍ୟକ୍ତି ବିଶେଷ ନୀଳ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର।
ମୀନ – ଏହି ରାଶିର ସ୍ୱାମୀ ବୃହସ୍ପତି। ଏହି ରାଶିର ବ୍ୟକ୍ତିବିଶେଷ ହୋଲି ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର। ଜୀବନ ସୁଖମୟ ହେବ।
ହୋଲିପର୍ବରେ ରସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ :
ପ୍ରାକୃତିକ ବସ୍ତୁ ଓ ଫୁଲକୁ ବ୍ୟବହାର କରି ଶୁଖିଲା କିମ୍ୱା ଓଦା ରଙ୍ଗ ବ୍ୟବହାର କରନ୍ତୁ । ଭଗବାନ କୃଷ୍ଣ ହୋଲିଖେଳରେ ଫୁଲ ବ୍ୟବହାର କରୁଥିଲେ । ଲାଲ ରଙ୍ଗ ପବିତ୍ରତା, ସବୁଜ ରଙ୍ଗ ପ୍ରକୃତି, ନୀଳ ରଙ୍ଗ ଶାନ୍ତି, ହଳଦିଆ ରଙ୍ଗ ଶୁଦ୍ଧତା, ଗୋଲାପୀ ରଙ୍ଗ ଓ କଳା କ୍ରୁରତା ଭାବକୁ ପ୍ରତିପାଦିତ କରେ । ମେହେନ୍ଦୀ, ପାଳଙ୍ଗ, ପୁଦିନାକୁ ବାଟିକରି ଛାଣି ନିଅନ୍ତୁ ଓ ପ୍ରାକୃତିକ ସବୁଜ ରଙ୍ଗ ପ୍ରସ୍ତୁତ କରନ୍ତୁ । ପଳାଶ, ଗୁଲମୋହର ଫୁଲରୁ ଲାଲ ରଙ୍ଗ ପ୍ରସ୍ତୁତ କରନ୍ତୁ । ହଳଦି ତଥା କୁସୁମ ଫୁଲରେ ଆପଣ ହଳଦିଆ ରଙ୍ଗ ପ୍ରସ୍ତୁତ କରିପାରିବେ । ଡାଳିମ୍ବ ଚୋପା, ଟମାଟୋ ଓ ବିଟ୍ରୁଟରେ ଗୋଲାପି ରଙ୍ଗ ତିଆରି କରିପାରିବେ । ଚା’ପତି କିମ୍ୱା କଫିରେ ବାଦାମୀ ରଙ୍ଗ ପ୍ରସ୍ତୁତ କରିପାରିବେ । ଶୁଖିଲା ରଙ୍ଗ ପାଇଁ, ଆପଣ ଲାଲ, ହଳଦିଆ ଓ ଧଳା ରଙ୍ଗ ପାଇଁ ମୁଲତାନି ମାଟିରେ ମଇଦା ମିଶାଇ ପ୍ରାକୃତିକ ଅବିର ତିଆରି କରିପାରିବେ । ଏହି ପ୍ରାକୃତିକ ରଙ୍ଗ ଚର୍ମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।