ଆସୁଛି ହୋଲି ! ଏହିସବୁ ଚର୍ମ ସମସ୍ୟା ଥିଲେ ରଙ୍ଗଠାରୁ ରୁହନ୍ତୁ ଦୂରେଇ
ଆସୁଛି ରଙ୍ଗର ପର୍ବ ହୋଲି । ଏହି ଦିନରେ ଲୋକମାନେ ରଙ୍ଗ ଖେଳିଥାନ୍ତି । କେବଳ ଚିହ୍ନା ନୁହେଁ ଅଚିହ୍ନା ଲୋକଙ୍କ ସହିତ ବି ରଙ୍ଗ ଖେଳିଥାନ୍ତି । କାରଣ ଦିନ ଏହି ଭାଇଚାରାର ଦିନ । ପ୍ରେମର ଦିନ ଏବଂ ଖୁସିର ଦିନ । ଏହି ଦିନରେ ଲୋକେ ଅବିରରେ ହୋଲି ଖେଳିଥାନ୍ତି । ଏବଂ ଏହି ଦିନକୁ ଆହୁରି ରଙ୍ଗୀନ କରିଥାନ୍ତି । କିନ୍ତୁ ଯେଉଁମାନଙ୍କର ଚର୍ମ ସମସ୍ୟା ରହିଛି । ସେମାନେ ହୋଲିର ରଙ୍ଗକୁ ଟିକିଏ ଏଡ଼ାଇବା ଉଚିତ୍ । କାରଣ ରଙ୍ଗ ସମସ୍ୟାକୁ ଆହୁରି ବଢ଼ାଇ ଦେଇଥାଏ ।
୧- ଯଦି ଆପଣଙ୍କର ଫଙ୍ଗଲ୍ ଇମ୍ପେକ୍ସନ ରହିଛି । କୁଣ୍ଡେଇ ହେବା, ଦେହ ହାତ ନାଲି ପଡ଼ିଯିବା କିମ୍ଭା ଜ୍ୱଳନ ଭଳି ସମସ୍ୟା ରହିଥାଏ । ତେବେ ଆପଣ ହୋଲିର ରଙ୍ଗଠାରୁ ଦୂରେଇ ରହୁନ୍ତୁ । ଅନ୍ୟଥା, ଫଙ୍ଗଲ୍ ସଂକ୍ରମଣର ସମସ୍ୟା ଆହୁରି ବଢ଼ିପାରେ ।
୨- ଯେତେବେଳେ ଜଣେ ବ୍ୟକ୍ତିଙ୍କର ଯାଦୁ, କାଛୁ ଓ କୁଣ୍ଡିଆ ଭଳି ସମସ୍ୟା ଥାଏ, ସେତେବେଳେ ସେହି ବ୍ୟକ୍ତି ହୋଲିର ରଙ୍ଗଠାରୁ ଦୂରେଇ ରହିବା ଉଚିତ । ନଚେତ ଏହି ସମସ୍ୟା ଆହୁରି ବଢ଼ିପାରେ ।
୩- ଯେତେବେଳେ କୌଣସି ବ୍ୟକ୍ତିଙ୍କର ଏକଜେମାର ସମସ୍ୟା ଥାଏ । ସେତେବେଳେ ତାଙ୍କୁ ହୋଲିର ରଙ୍ଗଠାରୁ ଦୂରେଇ ରହିବା ଉଚିତ୍ । କାରଣ ହୋଲିର ରଙ୍ଗ ସମସ୍ୟାକୁ ଆହୁରି ବଢ଼ାଇଦେଇଥାଏ ।
୪- ସୋରିୟାସିସ୍ ସମସ୍ୟା ଥିଲେ ମଧ୍ୟ ଜଣେ ବ୍ୟକ୍ତି ହୋଲିର ରଙ୍ଗଠାରୁ ଦୂରରେ ରହିବା ଉଚିତ୍ । କାରଣ ହୋଲିର ରଙ୍ଗ ଏହି ସମସ୍ୟାକୁ ଆହୁରି ବଢ଼ାଇଦେଇଥାଏ ।