ହକି ବିଶ୍ବକପ୍ର ସେମି ଲାଇନ୍ ଅପ୍ ଚୂଡ଼ାନ୍ତ : ଅଷ୍ଟ୍ରେଲିଆ-ଜର୍ମାନି ଓ ବେଲ୍ଜିୟମ-ନେଦରଲାଣ୍ଡ୍ସ ମୁକାବିଲା

ଭୁବନେଶ୍ବର : ହକି ବିଶ୍ୱକପର ସେମିଫାଇନାଲ ସେମିଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି । ଗତ ମଙ୍ଗଳବାର ଅଷ୍ଟ୍ରେଲିଆ ଓ ବେଲ୍ଜିୟମ ହକି ବିଶ୍ବକପ୍ର ସେମିଫାଇନାଲ୍ ସ୍ଥାନ ପକ୍କା କରିଥିବା ବେଳେ ବୁଧବାର ଏଥିରେ ଯୋଡ଼ି ହୋଇଛନ୍ତି ନେଦରଲାଣ୍ଡ୍ସ ଓ ଜର୍ମାନି । ସେହିପରି ଶୁକ୍ରବାରର ପ୍ରଥମ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ-ଜର୍ମାନି ଏବଂ ଦ୍ବିତୀୟରେ ବେଲ୍ଜିୟମ-ନେଦରଲାଣ୍ଡ୍ସ ମୁହାଁମୁହିଁ ହେବେ।
ହକି ବିଶ୍ୱକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ସ୍ପେନକୁ ୪-୩ ଗୋଲରେ ପରାସ୍ତ କରିଛି। ବେଶ ସଂଘର୍ଷପୂର୍ଣ୍ଣ ଥିଲା ମ୍ୟାଚ । ପ୍ରଥମାର୍ଦ୍ଧର ୧୯ ଓ ୨୩ତମ ମିନିଟରେ ଗୋଲ ଦେଇ ଆଗୁଆ ଥିଲା ସ୍ପେନ । ତେବେ ୨୯ତମ ମିନିଟରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ ବୁଝାଇ ଦେଇଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସ୍ପେନ ୨-୧ ଗୋଲରେ ଆଗୁଆ ଥିଲା । ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ଅଷ୍ଟ୍ରେଲିଆ ଆଉ ଗୋଟିଏ ଗୋଲ ସ୍କୋର କରି ମ୍ୟାଚକୁ ୨-୨ ସ୍ତରକୁ ନେଇ ଆସିଥିଲା । ମ୍ୟାଚର ୩୨ ଓ ୩୬ତମ ମିନିଟରେ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଅଷ୍ଟ୍ରେଲିଆକୁ ୪-୨ ଗୋଲରେ ଆଗୁଆ କରିଥିଲେ ଜେରେମି ହେୱର୍ଡ । ୪୦ ତମ ମିନିଟରେ ସ୍ପେନ ଆଉ ଗୋଟିଏ ଗୋଲ କରିଥିଲା । ତେବେ ଏହାପରେ ଆଉ କୈାଣସି ଗୋଲ ହୋଇନଥିଲା । ୪-୩ ଗୋଲରେ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା ଅଷ୍ଟ୍ରେଲିଆ।
ହକି ବିଶ୍ୱକପ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ । କଳିଙ୍ଗରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ହରାଇଛି । ଦ୍ଵିତୀୟ ଦଳ ଭାବେ ବେଲଜିୟମ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ କଳିଙ୍ଗରେ ଖେଳାଯାଇଥିବା ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲିଆ ସ୍ପେନକୁ ହରାଇ ସେମିରେ ପହଞ୍ଚିଥିଲା ।
ହକି ବିଶ୍ଵକପର ସେମିଫାଇନାଲରେ ପହଞ୍ଚିଛି ଜର୍ମାନୀ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ଜର୍ମାନୀ ସୁଟଆଉଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଜର୍ମାନୀ ସୁଟଆଉଟରେ ୪-୩ ଗୋଲରେ ବିଜୟୀ ହୋଇଥିଲା । ନିର୍ଦ୍ଧାରିତ ସମୟର ଖେଳରେ ସ୍କୋର ୨-୨ ଗୋଲରେ ସୀମିତ ରହିବା ପରେ ଫଳାଫଳ ନିର୍ଣ୍ଣୟ ପାଇଁ ସୁଟଆଉଟର ସହାୟତା ନିଆଯାଇଥିଲା । ସେମିଫାଇନାଲରେ ଜର୍ମାନୀର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ । ଆଜି ନେଦରଲ୍ୟାଣ୍ଡସ ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବାକୁ ଥିବା ଶେଷ କ୍ୱାର୍ଟର ଫାଇନାଲର ବିଜୟୀ ଦଳ ସେମିଫାଇନାଲରେ ବେଲଜିୟମ ସହ ଖେଳିବ ।
ଶେଷ ଟିମ୍ ଭାବେ ତିନିଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ସେମିଫାଇନାଲରେ ପହଞ୍ଚିଛି । କଳିଙ୍ଗରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଡଚ୍ ଟିମ ଦକ୍ଷିଣ କୋରିଆକୁ ୫-୧ ଗୋଲରେ ହରାଇଛି । ସେମିଫାଇନାଲରେ ନେଦରଲ୍ୟାଣ୍ଡସ ଗତ ସଂସ୍କରଣର ଚାମ୍ପିଅନ ବେଲଜିୟମକୁ ଭେଟିବ । ପୂର୍ବରୁ ଜର୍ମାନୀ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଥିଲା । କ୍ୱାର୍ଟର ଫାଇନାଲରେ ଜର୍ମାନୀ, ଇଂଲଣ୍ଡକୁ ୪-୩ ଗୋଲରେ ହରାଇଥିଲା । ସେମିଫାଇନାଲରେ ଜର୍ମାନୀ ଅଷ୍ଟ୍ରେଲିଆକୁ ଭେଟିବ ।