ହିଜାବ ବିବାଦ : ଡ୍ରେସ କୋର୍ଡ ନିୟମ ପାଳନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବେଙ୍ଗାଲୁର: ହିଜାବ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ବିବାଦ ଉପରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଜାରି ରହିଛି । ଡ୍ରେସ କୋର୍ଡ ନିୟମ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଶୁଣାଣି ସମୟରେ ମୁଖ୍ୟ ବିଚାରପତି ରିତୁ ରାଜ ଅବସ୍ଥୀ କହିଛନ୍ତି, ଶିକ୍ଷାନୁଷ୍ଠାନରେ କୌଣସି ଧାର୍ମିକ ପୋଷାକ ପିନ୍ଧିବା ଉପରେ କୌଣସି ମତଭେଦ ନାହିଁ, କିନ୍ତୁ ସବୁ ବିଦ୍ୟାର୍ଥୀ ଡ୍ରେସ କୋଡ୍ ପାଳନ କରିବା ଆବଶ୍ୟକ, କାରଣ ଏହା ସ୍କୁଲ ପକ୍ଷରୁ ନିର୍ଦ୍ଧାରିତ । ମୁଖ୍ୟ ବିଚାରପତି ଜଷ୍ଟିସ ଅବସ୍ଥୀ ଜଣେ ଆଇନଜୀବୀଙ୍କୁ ଜବାବ ଦେଇ କହିଛନ୍ତି ଏହି ନିର୍ଦ୍ଦେଶ କେବଳ ବିଦ୍ୟାର୍ଥୀଙ୍କ ପର୍ଯ୍ୟନ୍ତ ସୀମିତ । ମୁଖ୍ୟ ବିଚାରପତି କହିଛନ୍ତିି, ‘ନିର୍ଦ୍ଦେଶ ସ୍ପଷ୍ଟ । ଯଦି ଡ୍ରେସ ନିର୍ଦ୍ଧାରିତ, ତେବେ ତାଙ୍କୁ ଏହାର ଅନୁପାଳନ କରିବାକୁ ପଡ଼ିବ । ସେ ଡିଗ୍ରୀ କଲେଜ ହେଉ କିମ୍ବା ପିୟୁ କଲେଜ’ ।