ଟି-୨୦ କ୍ରିକେଟ୍ରେ ମାଇଲଖୁଣ୍ଟ, ୪୦ ଓଭରରେ ୫୧୫ ରନ୍
ନୂଆଦିଲ୍ଲୀ : ଟି-୨୦ କ୍ରିକେଟ୍ରେ ମାଇଲଖୁଣ୍ଟ । ୪୦ ଓଭର ଖେଳରେ ୫୧୫ ରନ୍ । ପାକିସ୍ତାନ ପ୍ରିମିୟର ଲିଗ୍ (ପିଏସ୍ଏଲ୍)ରେ ଏପରି ରେକର୍ଡ ଦେଖିବାକୁ ମିଳିଛି । ତେବେ ପୁରା ମ୍ୟାଚ୍ରେ ଦୁଇ ଦଳର ସ୍କୋରକୁ ମିଶାଇଲେ ଏହା ଏକ ରେକର୍ଡ ସ୍ଥାପନ କରିଛି । ଏହି ମ୍ୟାଚ୍ରେ ମୋଟ ୪୦ଟି ଚୌକା ଏବଂ ୩୭ଟି ଛକ୍କା ମାରିଛନ୍ତି ବ୍ୟାଟର । ମ୍ୟାଚ୍ରେ ମୁଲ୍ତାନ୍ ସୁଲ୍ତାନ ପକ୍ଷରୁ ଅବାସ୍ ଆଫ୍ରିଦି ୪୭ ରନ୍ ଦେଇ ୫ଟି ଓ୍ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ରେ ବିବେଚିତ ହୋଇଛନ୍ତି ।
ଶନିବାର ଦିନ ପିଏସ୍ଏଲ୍ ମୁଲ୍ତାନ ସୁଲତାନ ଏବଂ କ୍ୱେଟା ଗ୍ଲାଡିଏଟର୍ସ ମଧ୍ୟ ଖେଳାଯାଇଥିଲା ଟି-୨୦ ମ୍ୟାଚ୍ । ପୁରା ମ୍ୟାଚ୍ରେ ୫୧୫ରେ ବିରାଟ ରନ୍ ସ୍କୋର ହୋଇଛି । ଟସ୍ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା କ୍ୱେଟା ଗ୍ଲାଡିଏଟର୍ସ । ପ୍ରଥମ ବ୍ୟାଟିଂ କରି ମୁଲତାନ ସୁଲାତାନ ୨୦ ଓଭରରେ ବିଶାଳ ସ୍କୋର କରିଥିଲା । ଉସାମନ୍ ଖାନ୍ଙ୍କ ଶତକୀୟ ପାରି ସହ ମହମ୍ମଦ ରିଜ୍ୱାନ୍ ଖେଳିଥିଲେ ବିସ୍ଫୋରକ ପାରି । ଯାହାଫଳରେ ପୁରା ଟିମ୍ ୨୦ ଓଭରରେ ୩ଟି ଓ୍ୱିକେଟ୍ ହରାଇ ୨୬୨ ରନ୍ କରିଥିଲା । ଉସ୍ମାନ ଖାନ୍ ସର୍ବାଧିକ ୧୨୦(୪୩ ବଲ୍) କରିଥିବା ବେଳେ ତାଙ୍କ ପଛକୁ ମହମ୍ମଦ ରିଜ୍ୱାନ୍ ୫୫(୨୯ ବଲ୍) ରହିଛନ୍ତି । ଆଉ ବାକି ଟିମ୍ ଡାଭିଡ୍ଙ୍କ ଦମ୍ଦାର ୪୩ (୨୫ବଲ୍) ରହିଛି ।
କ୍ୱେଟା ଟିମ୍ ୨୬୩ ରନ୍ର ଟାର୍ଗେଟକୁ ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲା । ବିଶାଳ ସ୍କୋରର ପିଛା କରିବା ଯାଇ ଦମ୍ଦାର ଆରମ୍ଭ କରିଥିଲା ଦଳ । ମ୍ୟାଚ୍ରେ କ୍ୱେଟା ପକ୍ଷରୁ ଅମିଲ୍ ୟୁସୁଫ୍ ୬୭ (୩୬ବଲ୍), ଇଫ୍ତିକାର ୫୩(୩୧ ବଲ୍), ମାର୍ଟିନ୍ ଗୁପ୍ଟିଲ୍ ୩୭ (୧୪ ବଲ୍) କରିଥିଲେ । ହେଲେ ମ୍ୟାଚ୍ ଜିତିବାରେ ଫେଲ୍ ମାରିଥିଲା କ୍ୱେଟା ଟିମ୍ । ପୁରା ଟିମ୍ ୨୦ ଓଭରରେ ୮ଓ୍ୱିକେଟ୍ ହରାଇ ୨୫୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ ମୁଲତାନ୍ ଟିମ୍ ୯ରନ୍ରେ ମ୍ୟାଚ୍କୁ ଜିତିଛି ।