ବହଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା : ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି
ଭୁବନେଶ୍ବର: ବହଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି। ଶ୍ରଦ୍ଧାଞ୍ଜଳି ବେହେରା ସିବିଆଇ କୋର୍ଟରେ ପିଟସନ ଦାଖଲ କରିଥିଲେ ବି ଶାରୀରିକ ଭାବେ ଅସୁସ୍ଥତା ଦେଖାଇ ହାଜର ହେଉ ନଥିଲେ। ସିବିଆଇ କୋର୍ଟରୁ ବାରମ୍ବାର ନୋଟିସ୍ ପରେ ମଧ୍ୟ ସେ ଏହାକୁ ଅଣଦେଖା କରୁଥିଲେ। ୧୨ ଥର ସମୟ ନେଇ ମଧ୍ୟ କୋର୍ଟରେ ହଜାର ହେଲେନି। ଶ୍ରଦ୍ଧାଞ୍ଜଳୀ ଫଳରେ ଏପରି କାର୍ଯ୍ୟାନୁଷ୍ଠାନ ନେଲେ କୋର୍ଟ।
ସୂଚନା ଯେ, ଏହା ପୂର୍ବରୁ ଅର୍ଚ୍ଚନା ନାଗର ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା। ଅବଜେକସନ ଫାଇଲ କରିବା ଲାଗି ଇଡି ପକ୍ଷରୁ ସମୟ ଲୋଡ଼ା ଯାଇଥିଲା। ଯାହାକୁ ହାଇକୋର୍ଟ ମଞ୍ଜୁରୀ ଦେଇଥିଲେ। ଏକାଧିକ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ନୟାପଲ୍ଲୀ ଥାନା ମାମଲା ଉପରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ଚଳିତ ବର୍ଷ ଏପ୍ରିଲ୍ ୧୭ ସୋମବାରରେ ଇଡି ମାମଲାର ଶୁଣାଣି ଥିଲା। କିନ୍ତୁ ଜବାବ ଦାଖଲ କରିବାକୁ ଇଡି ପକ୍ଷରୁ ସମୟ ଲୋଡ଼ାଯାଇଛି। ଆସନ୍ତା ଜୁନ୍ ମାସ ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।