ଆସିଲା ମାରିଅପୋଲର ସାଟେଲାଇଟ୍ ଚିତ୍ର, ଆକ୍ରମଣ ପରେ ବ୍ୟାପକ କ୍ଷୟକ୍ଷତି
ନୂଆଦିଲ୍ଲୀ : ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଦୁଇ ସପ୍ତାହ ବିତିଗଲେ ମଧ୍ୟ ଏହି ବିନାଷକାରୀ ଯୁଦ୍ଧ ଥତ୍ମବାର ନା ନେଉନାହିଁ । ଋଷ ୟୁକ୍ରେନର ବିଭିନ୍ନ ସହରରେ ଏୟାର ଷ୍ଟ୍ରାଇକ୍ ଏବଂ ଗ୍ରାଉଣ୍ଡ ଆକ୍ସନ ଦ୍ୱାରା ବ୍ୟାପକ କ୍ଷତି କରିଛି। ଦକ୍ଷିଣ ୟୁକ୍ରେନ ସହରର ମାରିଅପୋଲର ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି। ସାଟେଲାଇଟ୍ ଚିତ୍ରଗୁଡ଼ିକ ମାରିଅପୋଲ୍ ସହର ଏବଂ ଏହାର ଆଖପାଖରେ ନାଗରିକ ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି ପ୍ରଦର୍ଶନ କରିଥିଲା । ଯେଉଁଥିରେ ଆବାସିକ ଘର, ଖାଦ୍ୟ ଦୋକାନ ଏବଂ ସପିଂ ସେଣ୍ଟର ରହିଛି ।
ଆକ୍ରମଣ ପୂର୍ବରୁ ଋଷ ପଶ୍ଚିମ ମାରିଅପୋଲର ଗ୍ରୋସରୀ ଷ୍ଟୋର୍ ଏବଂ ସପିଂ ମଲ୍ ଏବଂ ପାଶ୍ଚାତ୍ୟ ମାରିଅପୋଲର ସପିଂ ମଲ୍ ଗୁଡିକୁ ନଷ୍ଟ କରିଦେଇଥିଲା । ଋଷ ମାରିଅପୋଲର ଏକ ଶିଶୁ ଡାକ୍ତରଖାନାକୁ ଟାର୍ଗେଟ କରିଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୧୫ ତମ ଦିନରେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଋଷ ଦ୍ୱାରା ଏକ ମାତୃତ୍ୱ ଚିକିତ୍ସାଳୟ ଉପରେ ଆକ୍ରମଣ କରାଯାଇଛି। ସେ ଏହାକୁ ମାନବିକତାର ମୃତ୍ୟୁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଏହି ଆତଙ୍କକୁ କେତେ ଦିନ ଦେଖି ଅବହେଳା କରିବ ଦେଖିବାକୁ ବାକି ରହିଲା ।