ବାଲେଶ୍ଵର : ହେଲ୍ପିଙ୍ଗ୍ ସୋସାଇଟି ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ
- ମହମବତୀ ଜଳାଇ ଶହୀଦ ଯବାନ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି
ବାଲେଶ୍ଵର : ଆଜି କାର୍ଗିଲ ବିଜୟ ଦିବସ । କାର୍ଗିଲ ବିଜୟକୁ ପୁରିଲା ୨୨ ବର୍ଷ । ୧୯୯୯ ଜୁଲାଇ ମାସର ଆଜିର ଦିନରେ ଭାରତୀୟ ସେନାର ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ପାନେ ଚଖେଇଥିଲା । ଯାହା ଇତିହାସରେ ଚିରକାଳ ଲେଖା ହୋଇ ରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ୬୦ ଦିନ ଯାଏଁ ଚାଲିଥିଲା କାର୍ଗିଲ ଯୁଦ୍ଧର ଲଢେଇ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି କାର୍ଗିଲ ବିଜୟ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ।
ଏହି ଅବସରରେ ବିଜୟ ଦିବସକୁ ସ୍ମରଣ କରି ସୋମବାର ସନ୍ଧ୍ୟାରେ ସାମାଜିକ ସଂଗଠନ ହେଲ୍ପିଙ୍ଗ୍ ସୋସାଇଟି ପକ୍ଷରୁ ଫକୀର ମୋହନ ସୟଂସାୟିତ ମହାବିଦ୍ୟାଳୟ ସମ୍ମୁଖରେ ମହମବତୀ ଜଳାଇ ବୀର ଗତି ପ୍ରାପ୍ତ ହୋଇଥିବା ଶହୀଦ ଯବାନ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମରେ ସଂଗଠନର ସଭାପତି ହ୍ରିତିକ୍ ନାୟକ, ସମାଜସେବୀ ବ୍ରଜକିଶୋର ପ୍ରଧାନ, ଉପସଭାପତି ସେଖ୍ ନଜିମ, ଅରୁପ ସାହୁ, ରଜତ ଘଡ଼େଇ, ସୁଧାଂଶୁ ବାରିକ, ଶୁଭମ ନାୟକ, ସୁରଜ ସାହୁ, ହରିଶ, ଦେବରାଜ ଦେ, ସେଖ୍ ସାହାବାଜ, ମହେଶ, ମଣ୍ଟୁ, ଗଜେନ୍ଦ୍ର, ଜ୍ୟୋତିପ୍ରକାଶ ରାଉତ, ଲଳୀତ ଅଧିକାରୀ, ପ୍ରୀତମ ସ, ଗିରିଧାରୀ ବେହେରା, ସୁରଜ ଲେଙ୍କା, ଅନିଲ ମଲ୍ଲିକ, ସେଖ୍ ଆମନ, ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ରହି ଶହୀଦ ଯବାନଙ୍କ ସ୍ମୃତିରେ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।