ରାଜ୍ୟରେ ଆସନ୍ତା ୩ ଦିନ ପ୍ରବଳ ବର୍ଷା, ଏହି ସବୁ ଜିଲାକୁ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ବର୍ଷା । କାହିଁକିନା ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଯାହାର ପ୍ରଭାବରେ ଆସନ୍ତା ୪ ତାରିଖ ଯାଏଁ ରହିବ । ଅର୍ଥାତ୍ ରାଜ୍ୟରେ ଏଭଳି ପାଗ ଆଉ ତିନି ଦିନ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଖାସ୍ କରି ଆଜି ଉତ୍ତର ଓଡିଶା ଓ ଆଭ୍ୟନ୍ତରିଣ ଓଡି଼ଶାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଉପକୂଳ ଓଡ଼ିଶର କେତେକ ସ୍ଥାନରେ ଘଡଘଡି ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଏନେଇ ପାଣିପାଗ ବିଭାଗ ୫ ଜିଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତେବେ, ସେହି ଜିଲା ଗୁଡି଼କ ହେଲା କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଆସନ୍ତା ତିନି ଦିନ ଯାଏଁ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସମ୍ବଲପୁର, ଝାରସୁଗୁଡା, ସୋନପୁର, ବଲାଙ୍ଗୀର, କେନ୍ଦୁଝର , ମୟୂରଭଞ୍ଜ, ସୁନ୍ଦରଗଡ, ଅନୁଗୁଳ, ଦେବଗଡ ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ, ଜଗତସିଂହପୁର, କଟକ, ଯାଜପୁର, ଢ଼େଙ୍କାନାଳ, ବାଲେଶ୍ୱର , ଭଦ୍ରକ ,ନୂଆପଡା, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡୀ, କନ୍ଧମାଳ, ବୌଦ୍ଧ ଓ ନୟାଗଡରେ ବି ଆସନ୍ତା ଦିନ ତିନ ଯାଏଁ ପ୍ରବଳ ବର୍ଷିବ । ସେହିପରି ଆସନ୍ତା ୪ ତାରିଖରେ, ଉତ୍ତର- ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି। ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଓଡିଶାରେ ଜୁନ ୧ ରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୧୧୦୫.୪ ପ୍ରତିଶତ ବର୍ଷା ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ ଅଟେ । ୩୦ଟି ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଛି। ପୁରୀରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ କମ , କେନ୍ଦ୍ରାପଡ଼ାରେ ୨୬ ପ୍ରତିଶତ କମ୍ ଏବଂ ସେହିପରି ନବରଙ୍ଗପୁର ଜିଲ୍ଲାରେ ୨୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।